କଣାସ୦୫/୦୨/୨୦୨୩ : ପୁରୀ ଜିଲ୍ଲା କଣାସ ବ୍ଲକ୍ ଗଡିଶାଗୋଦା ଥାନା ଅନ୍ତର୍ଗତ ଚୁପୁରିଙ୍ଗ ଛକ ନୂଆ ଜଗନ୍ନାଥ ସଡ଼କରେ ଜିଲ୍ଲା ସଡ଼କ ପରିବହନ ଓ ଗଡ଼ିଶାଗୋଦା ଥାନା ମିଳିତ ସହଯୋଗରେ ବିଭିନ୍ନ ଗାଡ଼ି ମଟର ଯାଞ୍ଚ କରାଯାଇଥିଲା ।ଗାଡ଼ି ଚାଳକଙ୍କ ହେଲମେଣ୍ଟ,ଲାଇସେନ୍ସ,ଆର୍ସି, ଇନସୁରାନ୍ସ,ପଲୁସନ୍ ଓ ଅନ୍ୟାନ୍ୟ କାଗଜ ପତ୍ର ଯାଞ୍ଚ କରିବା ସହ ଦୃତ ଗତିରେ ଗାଡ଼ି ଚଳାଉଥିବା ବେକ୍ତିଙ୍କୁ ଅଟକାଇ ପରିଚୟ ପଚାରିବା ସହ ସେମାନଙ୍କର ମଧ୍ୟ କାଗଜ ପତ୍ର ଯାଞ୍ଚ କରିଥିଲେ ।ଯାହାକୁ ନେଇ ଗାଡ଼ି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା ।ଯାଞ୍ଚ ହେଉଥିବା ସ୍ଥାନର ବିପରୀତ ପାର୍ଶ୍ବରେ ଶହ ଗାଡି ମଟର ଅଟକିଥିବା ଦେଖିବାକୁ ମିଳିଥିଲା । ଅନେକ ଗାଡିଚଳକଙ୍କର ହେଲେମେଣ୍ଟ ଓ କାଗଜପାତ୍ର ନଥିବାରୁ ସେମାନଙ୍କୁ ଫାଇନ କରାଯାଇଥିଲା ।ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ପ୍ରଶଂସା କରିଥିଲା ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଡ଼କ ପରିବହନର ଅତିରିକ୍ତ ପରିବହନ ଅଧିକାରୀ ଅମିତ୍ କୁମାର ରଣା,ଟ୍ରାଫିକ ଇନ୍ସପେକ୍ଟର ସୁଶାନ୍ତ କୁମାର ପତ୍ର, ଗଡିଶାଗୋଦା ଏସଆଇ ବସନ୍ତ କୁମାର ହରିଚନ୍ଦନ,ନୃସିଂହ ବହାନିପତି,ବିଭୀଷଣ ମାଝି,କାମଦେବ ବାରିକ,ଅବଦୁଲ ଅଫତାର ଖାଁନ ଓ ମାନସ କୁମାର ନାୟକ ପ୍ରମ୍ମୁଖ ଉପସ୍ଥିତ ରହି ଯାଞ୍ଚ କରିଥିଲେ ।
