କଣାସ୨୫/୦୯/୨୦୨୨ : ପୁରୀ ଜିଲ୍ଲା କଣାସ ବ୍ଲକ ଗଡ଼ବଳଭଦ୍ରପୁର ଗ୍ରାମ ପଞ୍ଚାୟତର ବୋତଳମା ଗ୍ରାମ ନିକଟରେ ଦୟା ନଦୀ ଖନନ କରିବାକୁ ଆସିଥିବା ମେସିନରେ ଆଜି ଅପରହ୍ନରେ ନିଆଁ ଲାଗି ଥିବା ଜଣାପଡିଛି ।ସୂଚନା ଅନୁଯୟୀ କଣାସ ବ୍ଲକ୍ ର ଦୟା ନଦୀ ଦିନକୁ ଦିନ ପୋତି ହୋଇପଡୁଥିବାରୁ ବନ୍ୟା ସମୟରେ ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହେଉଛି ।ଫଳରେ ଅନେକ ଧନ ଜୀବନ କ୍ଷେୟକ୍ଷେତି ହେଉଛି ।ଏହି ସମସ୍ୟାର ସମାଧାନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନଦୀ ଖନନ କରୁଛନ୍ତି ।ହେଲେ କେତେକ ମୁନାଦାଖୋର ଅସାଧୁ ଠିକାଦାର ଓ ଯନ୍ତ୍ରୀଙ୍କ ମନମାନୀ ଯୋଗୁ ଖନନ କାର୍ଯ୍ୟ ମନ୍ଥର ହେବା ସହ କୋଟି କୋଟି ଟଙ୍କା ଚଳୁ ହେଉଥିବା ସ୍ଥାନୀୟ ଲୋକ ଅଭିଯୋଗ ଆଣିଛନ୍ତି ।ସେମାନଙ୍କର କହିବା କଥା ପଶ୍ଚିମବଙ୍ଗରୁ ଆସିଥିବା ଏକ ନଦୀ ଖନନ କମ୍ପାନୀ ଆଜି ଅପରାହ୍ନରେ ଗ୍ୟାସ ଓଲ୍ଡିଙ୍ଗ କାର୍ଯ୍ୟ ଚାଲିଥିବା ବେଳେ ବେପରୁଆ ଯୋଗୁ ମେସିନ ରେ ହଠାତ୍ ନିଆଁ ଲାଗିଯାଇଥିଲା ।ଫଳରେ ସ୍ଥାନୀୟ ଲୋକ ଭୟଭୀତ ହେବା ସହ ବିସ୍ପୋରଣ ହେବା ଭୟରେ ଜୀବନ ରକ୍ଷା କରିବା ପାଇଁ ଏଣେ ତେଣେ ଦୌଡ଼ିଥିଲେ ।ଏଥିରେ କାହାର କିଛି କ୍ଷେୟକ୍ଷେତି ହୋଇନଥିବା ସୂଚନା ମିଳିଛି ।ଖବର ପାଇ କଣାସ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।ସେପଟେ ନଦୀ ଜଳରେ ହଜାର ହଜାର ଲିଟର ଡିଜେଲ ଭାସୁଥିବାରୁ ନଦୀ ସମ୍ପୂର୍ଣ ଭାବରେ ବିଷାକ୍ତ ହୋଇପଡିଛି । ଦୈନଦିନ ବେବହାର କରୁଥିବା ଏହି ନଦୀ ଜଳ ଲୋକମାନେ କିଭଳି ବେଵହାର୍ କରିବେ ସେନେଇ ଚିନ୍ତାରେ ଅଛନ୍ତି ।ଏହି ଘଟଣାରେ ନଦୀ ଖନନ ବିଭାଗର ଅଧିକାରୀଙ୍କୁ ଆମ ସମ୍ବାଦଦାତା ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ଅଧିକାରୀ ଫୋନ ଉଠାଇ ନଥିଲେ ଏବଂ ମେସିନ ଛାଡ଼ି କର୍ମମାନ ଘଟଣା ସ୍ଥଳ ଛାଡ଼ି ଚାଲିଯାଇଥିଲେ ।ଏଭଳି ଘଟଣା ଉପରେ ବିଧିବଦ୍ଧ ଭାବେ ତଦନ୍ତ କରି କାର୍ଯ୍ୟାନଷ୍ଠାନ ନେବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଦାବୀ କରିଛନ୍ତି ।
