Odisha news

ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର

0
କଣାସ ୩୧/୦୭/୨୦୨୨ ; ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ଗଡ଼ ବଳଭଦ୍ରପୁର ମକରାସାହି ନକଟରୁ ଜଣେ ଅଜଣା ମହିଳାଙ୍କ ମୃତ ଦେହ ପୁରିଲ ଜବତ କରିଛି ।ଖବର ନେବାରେ ଜଣାପଡିଛି ଦୟାନଦୀରେ ଏକ ମହିଳାଙ୍କ ଶବ ଦ୍ଭାସୁଥିବା ଲୋକମାନେ ଦେଖିଥିଲେ ।ପରେ ଦମକଳ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ ।ଦମକଳ ବାହିନୀ ଶବଟିକୁ କୂଳକୁ ଆଣିଥିଲେ ମହିଳାଙ୍କ ବୟସ ପାଖାପାଖି ୩୦ରୁ ୪୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଉକ୍ତ ମହିଳା ଜଣକ ଏକ ନାଲି ରଙ୍ଗର ନାଇଟ ପିନ୍ଧି ଥିବା ବେଳେ ବେକରେ ଗୋଟିଏ ଗାମୁଛା ଗୁଡେଇହୋଇ ରହିଥିବା ଜଣାପଡିଛି ।ପାରିପାର୍ଶିକ ସ୍ଥିତିରୁ ଜଣା ପଡୁଛି କୌଣସି ଦୁର୍ବୃତ ହତ୍ୟା କରି ନଦୀକୁ ଫିଙ୍ଗି ଦେଇଥିବା ସ୍ଥାନୀୟ ଲୋକମାନେ କହୁଛନ୍ତି ।ଘଟଣା ସ୍ଥଳରେ କଣାସ ଥାନା ଅଧିକାରୀ ସୁଜିତ କୁମାର ଦାସ,ଗୌରୀ ଶଙ୍କର ସେଠୀ,ମଧୁସ୍ମିତା ବଳ,ସାନ୍ତୁନୁ ମହାପାତ୍ର ଓ ସରୋଜକାନ୍ତ ଆଚାର୍ଯ୍ୟ ପ୍ରମ୍ମୁଖ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପୁରୀ ପଠାଇଥିବା ଜଣାପଡ଼ିଥିବା ବେଳେ କଣାସ ଥାନାରେ ୧୨/୨୦୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡିଛି ।
Nalco
Leave A Reply