କଣାସ ୨୫/୦୭/୨୦୨୨ : ପୁରୀ ଜିଲ୍ଲା କଣାସ ବ୍ଲକରେ ବହୁଳ ପରିମାଣରେ ଖୁଲମଖୁଲା ପଲିଥିନ ବେବାହାର ହେଉଥିବା ଦେଖିବାକୁ ମିଳୁଛି ।ପରିବେଶ ପାଇଁ ବହୁଳ ଭାବେ ବିପଦ ସାଜିଥିବା ଏକକ ବ୍ୟବହାର ଯୋଗ୍ୟ ପଲିଥିନକୁ କେନ୍ଦ୍ର ସରକାର ନିଷିଦ୍ଧ କରିଥିବା ବେଳେ ବ୍ୟବସାୟୀମାନେ କିନ୍ତୁ କଟକଣାକୁ ଅମାନ୍ୟ କରି ପଲିଥିନର ବ୍ୟାପକ ବ୍ୟବହାର କରୁଥିବା ବେଳେ ଲୋକମାନେ ମଧ୍ୟ ସଚେତନ ହେଉନାହାନ୍ତି ।ବ୍ଲକର କଣାସ, ଜଙ୍କିଆ ଗଡସାହି,ବିଜିପୁର, କୋଟକାଣା,ଜଂଘାର, କରମଳା, ଗଡ଼ିଶାଗୋଦା, ବଲିପଡ଼ା, ମନ୍ଦାରସ୍ତ ଆଦି ବଜାରରେ ଅନେକ ଗ୍ରୋଷରୀ,ପରିବା ଓ ବିଭିନ୍ନ ଦୋକାନ ରହିଛି ତତ୍ ସହିତ ସାପ୍ତାହିକ ହାଟ ମଧ୍ୟ ବସୁଛି ହେଲେ ସବୁ ଦୋକାନରେ ପଲିଥିନରେ ଲୋକମାନେ ସାମଗ୍ରୀ ନେଉଥିବା ଦେଖିବାକୁ ମିଳିଛି ।ଅନେକ ଶିକ୍ଷିତ ଲୋକ ଅଞ୍ଚନ୍ତି ଘରୁ ବ୍ୟାଗ ନଆଣି ପଲିଥିନରେ ଜିନିଷ ନେଉଛନ୍ତି ।
ଯେଉଁ ପଲିଥିନ ବେବହାର୍ ଦ୍ବାରା ପରିବେଶ ବାୟୁ ମଣ୍ଡଳ ଦୂଷିତ ହେଉଛି ଓ ଚାଷ ଜମିରେ ପଡ଼ିଲେ ମାଟିର ଉର୍ବରତା କମିବାରେ ଲାଗିଛି ଯାହା ଫଳରେ ଜୈବିକ ଖତ ସାର ବେବାହାର କରିବା ପରିବର୍ତ୍ତେ ଚାଷୀମାନେ ରାସାୟନିକ ସାର ବେବାହାର କରୁଛନ୍ତି । ଯାହାଦ୍ଵାରା ସେହି ଫସଲ ଆମେ ଖାଇବା ଦ୍ବାରା ରୋଗର ଶୀକାର ହେବାକୁ ପଡୁଛି ।ପଲିଥିନ ବେଵହାର ସହରାଞ୍ଚଳରେ ବ୍ୟାପକ ପରିମାଣରେ କମିଥିବା ବେଳେ ଗ୍ରାମାଞ୍ଚଳରେ ବହୁଳ ବେଵହାର ହେଉଛି କାରଣ ପ୍ରଶାସନ ଓ ଯୋଗାଣ ବିଭାଗ ପକ୍ଷରୁ ସହରର ବିଭିନ୍ନ ଦୋକାନ ଉପରେ ଚଢ଼ାଉକରି ଫାଇନ ଆଦାୟ କରାଯାଉଛି ହେଲେ ଗ୍ରାମାଞ୍ଚରେ କୌଣସି ମାତ୍ରାରେ ଚଢାଉ କି ସଚେତନ କରାଯାଉନାହିଁ ସେଥିପାଇଁ ଗ୍ରାମାଞ୍ଚରେ ପଲିଥିନ ଵେବହାର ଅଧିକ ପରିମାଣରେ ହେଉଛି ।ତୁରନ୍ତ ପୁରୀ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ପଲିଥିନ ବେଵହାର ଉପରେ ରୋକ ଲଗାଇବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି ।
