Odisha news

କଣାସ: ମହିଳାଙ୍କ ବିରୋଧରେ ବିଡ଼ିଓଙ୍କ ଥାନାରେ ଅଭିଯୋଗ

0

କଣାସ ୨୬/୦୫/୨୦୨୨ : ପୁରୀ ଜିଲ୍ଲା କଣାସ ବ୍ଲକ ବିଡ଼ିଓ ଲୋଚନ ଦାସ ମହିଳାଙ୍କ ବିରୋଧରେ କଣାସ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।ଖବର ନେଵାରେ ଜଣାପଡିଛିଯେ ଗତ ମଙ୍ଗଳବାର ଦିନ  ଗଡ଼ିଶାଗୋଦା ଗ୍ରାମ ପଞ୍ଚାୟତତର କେତେକ ମହିଳାମାନେ ଓଡ଼ିଶା ଜୀବିକା ମିଶନ ମାଧ୍ୟମରେ ଏମବିକେ ଓ ସିଆରପି ନିଯୁକ୍ତି ନେଇ ବିଡ଼ିଓଙ୍କ କାର୍ଯ୍ୟାଳୟକୁ  ଆସି ନିଯୁକ୍ତି ସମ୍ବନ୍ଧରେ ପଚାରିବା ସହ ୨୦ ଜଣ ସଭ୍ୟା ପୂର୍ବୁରୁ ଥିବା ଦୁଇ ଜଣ କର୍ମୀଙ୍କୁ ପୁନର୍ବାର ରହିବା ପାଇଁ କହୁଥିବା ବେଳେ ଜଣେ ମହିଳା ଏହାକୁ ବିରୋଧ କରିଥିଲେ ।ପରେ ଶତାଧିକ ମହିଳା ଆସି ଓଡିଶା ଜୀବିକା ମିଶନରେ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହେଉଛି ବୋଲି ଅଭିଯୋଗ ଆଣିଥିଲେ ।ସେପଟେ ଏ ସମ୍ପର୍କରେ ବିଡ଼ିଓ ଶ୍ରୀ ଦାସ କହିଥିଲେ ଓଡିଶା ଜୀବିକା ମିଶନରେ ନିଯୁକ୍ତି ପଞ୍ଚାୟତ ମହିଳା ମହାସଂଘର କରିବା ସହ ସେମାନଙ୍କର ଦରମା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର କାର୍ଯ୍ୟ ପଞ୍ଚାୟତ ମହିଳା ମହାସଂଘର ଦାଇତ୍ଵ ଏଥିରେ ବ୍ଲକ ବିଡ଼ିଓଙ୍କର କୌଣସି ଭୂମିକା ନାହିଁ ।କେବଳ ନିଯୁକ୍ତି ବେଳେ ଥୋମାଟିକ ଏକ୍ସପୋଟ ଡକୁମେଣ୍ଟ ଯାଞ୍ଚ କରିବେ ତାଛଡା ଆଉ ବ୍ଲକ କୌଣସି କାମ ନାହିଁ ।କିନ୍ତୁ ସବୁ କଥା ପୁଙ୍ଖାନୁପୁଙ୍ଖ ମହିଳାମାନଙ୍କୁ ବ୍ଲକ ଅଧ୍ୟକ୍ଷ।ଙ୍କ ଉପସ୍ଥିତି ବୁଝାଇ ଦିଆଯାଇଥିଲା ।ପରେ ଗଡ଼ିଶାଗୋଦା ଗ୍ରାମର ଶ୍ରୀମତୀ ବିନୋଦିନୀ ସାମନ୍ତରାୟ ସ୍ୱାମୀ ବିକ୍ରମ ସାମନ୍ତରାୟ ବିଡ଼ିଓଙ୍କ ବିରୋଧରେ ଫେସବୁକ ଓ ସୋସିଆଲ ମିଡିଆରେ  ଆପତ୍ତି ଓ ଭିତିହୀନ  ଆଭିଯୋଗ ଉଠାଇଛନ୍ତି ।ସେପଟେ ବିଡ଼ିଓ ଶ୍ରୀ ଦାସ କହିଛନ୍ତି ମହିଳା ଜଣକ ଉଠାଇଥିବା ମିଥ୍ୟା ଅଭିଯୋଗର  କୌଣସି ସତ୍ୟତା ନାହିଁ ଯାହା ଦ୍ୱାରା ମୁଁ ମାନସିକ ନିର୍ଯ୍ୟାତନାର ଶିକାର ହେବା ସହିତ  ସମାଜରେ ମୋର ମାନସମ୍ମାନ ଓ ମୋ ପରିବାରର ସଂମ୍ମାନ ହାନି ହେଉଛି ।ଏଥିନେଇ ବିଡ଼ିଓ ଶ୍ରୀ ଦାସ କଣାସ ଥାନାରେ ମହିଳାଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।ଏନେଇ କଣାସ ଥାନା ଅଧିକାରୀ ସୁଜିତ କୁମାର ଦାସ କହିଛନ୍ତି ତଦନ୍ତ କରାଯାଇ ଦୋଷୀ ପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply