Odisha news

କଣାସ ରେ ସର୍ବ ଭାରତୀୟ ସ୍ତରୀୟ ମନୋରଞ୍ଜନ ମେମୋରିଆଲ ଭଲିବଲ ଉଦଘାଟିତ

କଣାସ : ୦୯/୦୨/୨୦୨୧ : ଆଞ୍ଚଳିକ କ୍ରୀଡା ଓ ସାଂସ୍କୃତିକ ନବମ ମନୋରଞ୍ଜନ ମେମୋରିଆଲ ଦିବାରାତ୍ରୀ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। କଣାସ ଗୋଲାବଜାର ପରିସର ନିକଟରେ ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ମୁଖ୍ୟ ସନ୍ଧ୍ୟାବତୀ ପ୍ରଧାନ ଶୁଭ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପପତି ସୁକାନ୍ତ କିଶୋର ସାମନ୍ତରାୟ ଅନୁଷ୍ଠାନ ର ସଭାପତି ସଞ୍ଜୟ କୁମାର ଛୁଆଳସିଂହ, ଡ଼ମ୍ବୁରଧର ସୁନ୍ଦରାୟ, ଶିକ୍ଷୟତ୍ରୀ ରୂପସୀ ଛୋଟରାୟ ,ସମୀର କେଶରୀ ବଳିୟାରସିଂହ, କଣାସ ସରକାରୀ ଉଚ୍ଚ ବିଦ୍ୟାଳୟର ବିଭୁତି ଭୂଷଣ ମହାପାତ୍ର , ଦୋକନ୍ଦା ସରପଞ୍ଚଙ୍କ ପ୍ରତିନିଧି ନନ୍ଦକିଶୋର ମାନସିଂହ ଉପସ୍ଥିତ ରହିଥିଲେ। ମା କୁଞ୍ଜେଶ୍ୱରୀ ଦେବୀଙ୍କ ପିଠରୁ ଏକ ମଶାଲ ଶୋଭାଯାତ୍ରାରେ ପିଏସ କ୍ୟାରିଅର ର ସମସ୍ତ ସଦସ୍ୟ ଙ୍କ ସହିତ ପ୍ରତାପ ହରିଚନ୍ଦନ ମଶାଲ ଧରି ଖେଳ ପଡିଆ ମଧ୍ୟକୁ ପ୍ରବେଶ କରିଥିଲେ। ମନୋରଞ୍ଜନ ସାମନ୍ତରାୟ ଙ୍କ ସ୍ମୁତି ଉଦ୍ଧେଶ୍ୟରେ ୧ମିନିଟ ନିରବ ପ୍ରାଥନା କରାଯିବା ପରେ ସଭକାର୍ଯ୍ୟ ଆରମ୍ଭ ହୋଇଥିଲା। ସମ୍ପାଦକ ମନୋରଞ୍ଜନ ସାମନ୍ତରାୟ ବିବରଣୀ ପାଠ କରିଥିଲେ ଧନ୍ୟବାଦ ଅର୍ପଣ କରିଥିଲେ ମହେନ୍ଦ୍ର କୁମାର ରଣସିଂହ। ଏହି କାର୍ଯ୍ୟକ୍ରମ ରେ ଭାରତର ସୁନାମଧନ୍ୟ ଭଲିବଲ ଟିମ ବିଶାଖାପାଟଣା ,ହରିୟାଣା ,ତ୍ରିବେଣୀ , ଇସ୍ଲାମିକ କ୍ଲବ ,ଚଣ୍ଡୀଖୋଲ ,ଛତିଶଗଡ଼ ଓ ଏହି ଅନୁଷ୍ଠାନର AKSP କଣାସ ଭଲିବଲ ଟିମ ଭାଗନେଇଛନ୍ତି। ମାନ୍ୟବର ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ କ୍ରୀଡା ଯୁବସେବା ଏବଂ ସୂଚନା ଓ ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ତୁଷାର କାନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି।

Comments are closed.