Odisha news

ଓଡିଶା ରାଜ୍ୟମହିଳା ଆୟୋଗଙ୍କ ନିର୍ଦେଶ ଅସହାୟ ମହିଳାଙ୍କୁ ନ୍ୟାୟ ଦିଅ

0

କଣାସ : ବାଡୁଅ ରୁ ବାହାହେବା ଯାଏଁ ଏକ ନିରୀହା ଖନୀ କାଲୁଣି ଧର୍ଷିତା ହେବା ପରେ ଏବେ ବୋଝ ହୋଇପଡିଛି ପରିବାର ଉପରେ। ବୃଦ୍ଧ ବାପ ମା ସ୍ଥାନୀୟ ପୋଲିସ ପ୍ରଶାସନକୁ ଗୁହାରୀ କଲେବି କିଛି ପ୍ରଭାବସାଳି ବ୍ୟକ୍ତିଙ୍କ ଦ୍ୱାରା ପ୍ରଶାସନ ହୋଇଯାଇଛି ମୁକ ଓ ଆଇନ ପାଲଟିଯାଇଛି ଅନ୍ଧ। ଏପଟେ ଶାଶୁଘର ଛାଡିଦେଲା ପରେ ଗାଁର କିଛି ଲୋକ ଟାହି ଟପରା କରିବା ଦ୍ୱାରା ଅସହାୟ ମହିଳାର ପରିବାର ଲୋକମାନେ ଦାଣ୍ଡକୁ ଗୋଡ କାଢି ପାରୁନାହାନ୍ତି। ଏନେଇ କିଛି ସହୃଦୟ ବ୍ୟକ୍ତିଙ୍କ ଦ୍ୱାରା ରାଜ୍ୟ ମହିଳା ଆୟୋଗଙ୍କ ଦ୍ୱାରସ୍ତ ହେବାପରେ ରାଜ୍ୟ ମହିଳା ଆୟୋଗ ପୁରୀ ପୋଲିସ ଓ ସ୍ଥାନୀୟ ପୋଲିସଙ୍କୁ ୧୫ଦିନ ଭିତରେ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେବାପରେ ନ୍ୟାୟ ପାଇବା ଅପେକ୍ଷାରେ ବିବାହିତା ମହିଳା ପରିବାର ଚାହିଁ ବସିଛନ୍ତି କେବେ କେଉଁଦିନ ତାଙ୍କୁ ମିଳିବ ନ୍ୟାୟ। ପ୍ରକାଶ ଯେ ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ଜୋରକଣି ଗ୍ରାମର ରବୀନ୍ଦ୍ର ମଲ୍ଲିକଙ୍କ ଖନୀ କାଲୁଣି ଝିଅ ର ବାହାଘର ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଘୋରଡ଼ିଆ ଗ୍ରାମର ରବୀନ୍ଦ୍ର ମଲ୍ଲିକ (ଏକା ନାମ ଦୁଇ ସମୁଦି) ପୁତ୍ର ପ୍ରଶାନ୍ତ ମଲ୍ଲିକ ଙ୍କ ସହିତ ହିନ୍ଦୁ ରୀତିନୀତି ଅନୁଯାୟୀ କରିଥିଲେ। ବିବାହର ଦୁଇମାସ ନପୁରୁଣୁ ଶାଶୁଘର ଲୋକେ ବାରମ୍ବାର ନିର୍ଯାତନା ଦେବାସହିତ ହାତ ହାଣିଦେଇ ଜୀବନରୁ ମାରିଦେବାକୁ ବାରମ୍ବାର ପଦକ୍ଷେପ ନେବାରୁ ରବୀନ୍ଦ୍ର ବାଧ୍ୟହୋଇ କିଛି ଭଦ୍ରଲୋକଙ୍କ ମାଧ୍ୟମରେ ଆଲୋଚନା କରି ବିଚାର କରି ମଧ୍ୟ ବିଫଳ ହୋଇଥିଲା ଓ ଥାନାର ଆଶ୍ରୟ ନେଇଥିଲେ। ଏନେଇ ରବୀନ୍ଦ୍ର ଡେଲାଙ୍ଗ ଥାନା ଓ କଣାସ ଥାନା ଦଉଡି ଦଉଡି ନ୍ୟାୟ ନପାଇବାରୁ କିଛି ସହୃଦୟ ବ୍ୟକ୍ତିଙ୍କ ଦ୍ୱାରା ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଦ୍ୱାରସ୍ତ ହେବାରେ ଗତ ୨୫-୦୧-୨୦୨୧ ରିଖରେ ଓଡିଶା ରାଜ୍ୟ ମହିଳା ଆୟୋଗ ଉଭୟ ପକ୍ଷଙ୍କୁ ବିଚାର ପାଇଁ ଡକାଇଥିବାବେଳେ ଅପରାଧ ରେ ଲିପ୍ତ ଥିବାରୁ ଦ୍ୱିତୀୟ ପକ୍ଷ ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ନିକଟକୁ ଯାଇନଥିଲେ। ଫଳରେ ମହିଳା ଆୟୋଗ ନିର୍ଦେଶ କ୍ରମେ ୧୫ଦିନ ଭିତରେ ପୁରୀ ଏସ୍ପି ଓ ସ୍ଥାନୀୟ ପୋଲିସ ଙ୍କୁ ନିର୍ଦେଶ ଦେଇଛନ୍ତି କି ଖନୀ କାଲୁଣି ପରିବାରକୁ ନ୍ୟାୟ ତୁରନ୍ତ ମିଳୁ।

Leave A Reply