Odisha news

ଦୁର୍ଦ୍ଦିନରେ ଦୀପ କାରିଗର,ଛାଡ଼ି ନାହାନ୍ତି କୁଳ ବେୟୁସା

0

କଣାସ,୩୦/୧୦/ : ଆଲୋକର ପର୍ବ ଦୀପାବଳୀ ପାଇଁ ଗାଁ ଠାରୁ ସହର ସବୁଆଡ଼େ ଉତ୍ସବମୁଖର ।ଦୀପାବଳିରେ ଦୀପ କାରିଗର ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ।ଖବର ନେବାରେ ଜଣାପଡିଛି ପୁରୀ ଜିଲ୍ଲା କଣାସ ବ୍ଲକ୍ ସିରେଇ ଗ୍ରାମରେ ୨୦ରୁ ୩୦ ମୁମ୍ଭକାର ପରିବାର ବସବାସ କରୁଛନ୍ତି ।ହେଲେ ସେମାନଙ୍କ କୁଳ ବେଉସା ଏବେ ଦୁର୍ଦ୍ଦିନରେ । ଦୀପାବଳୀ ଓ ଜାଗର ଆସିଲେ କୁମ୍ଭକାର ପରିବାର ଖୁସିରେ  ଦୀପ ତିଆରି କରି ଭଲ ଦୁଇ ପଇସା ରୋଜଗାର ହେବାର ଆଶା ରଖିଥିବା ବେଳେ ସେମିତି ଆଖିଦୃିଆ ରୋଜଗାର ହେଉନଥିବା କହିଛନ୍ତି ଦୀପ କାରିଗର ସୂର୍ଯ୍ୟ ମୁଦୁଲି ।ଆଗରୁ  ମାଟିର ବିଭିନ୍ନ ପାତ୍ର ଯଥା ମାଠିଆ,କୁମ୍ଭ,ସରା,ଘଡ଼ି,ଦୀପ ଓ ଅନ୍ୟାନ୍ୟ ଘର ସଯା ଉପକରଣ ତିଆରି କରି ପରିବାର ପ୍ରତିପୋଷଣ କରୁଥିଲେ ।କିନ୍ତୁ ଏବେ ବଜାରରେ ବିଭିନ୍ନ ପ୍ରକାରର ପ୍ଲାଷ୍ଟିକ ଓ ଚାଇନା ଉପକରଣ ଆସିଯିବାରୁ କୁମ୍ଭକାରଙ୍କର କୁଳ ବେଉସା ବୁଡ଼ିବାକୁ ବସିଲାଣି ।ଯାହାବି ମାଟି ତିଆରି ସାମଗ୍ରୀ  ଗଢ଼ୁଛନ୍ତି ବଜାର ସୁବିଧା ନଥିବାରୁ ସେସବୁ ବିକ୍ରି ନହୋଇ ଘରେ ପଡ଼ିରହିଛି ।କୁମ୍ଭକାରମାନେ ମାଟି ଆଣି ତାକୁ ଚକଟି ଚକରେ ବୁଲାଇ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରୁଥିବା ବେଳେ ସରକାର ସେମାନଙ୍କ ପାଇଁ ବିଦ୍ୟୁତ୍ ଚାଳିତ ଚକ ଯୋଗାଇ ଦେବାକୁ କୁମ୍ଭାକାର ପରିବାରଙ୍କ ପକ୍ଷରୁ ଦାବୀ ହୋଇଛି ।

Leave A Reply