Odisha news

ନିରାଶ କରୁଛି ନିରାମୟ ୧୨ଘଣ୍ଟା ଖୋଲିବାକୁ ଦାବୀ

0

କଣାସ :ସ୍ୱାସ୍ଥ୍ୟ ହଁ ସମ୍ପଦ ସ୍ୱାସ୍ଥ୍ୟ ବିଭାଗରେ ସୁଧାର ଆଣିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସାଧାରଣ ଲୋକଙ୍କ ପାଇଁ ଉନ୍ନତ ମାନର ବିଲ୍ଡିଂ ସହିତ ରୋଗୀଙ୍କ ପରୀକ୍ଷା ନିରୀକ୍ଷା ପାଇଁ ଆଧୁନିକ ଯନ୍ତ୍ରପାତି ଓ ମାଗଣାରେ ଔଷଧ  ଯୋଗାଈ ଦେଉଛନ୍ତି।ହେଲେ ବିଡ଼ମ୍ବନାର ବିଷୟ ପୁରୀ ଜିଲ୍ଲା କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ନିରାମୟ ଯୋଜନା ଲୋକଙ୍କୁ ନିରାଶ କରୁଛି।କଣାସ ବ୍ଲକ୍ ଚିଲିକା ନିକଟବର୍ତ୍ତୀ ହୋଇଥିବାରୁ ୨୮ପଞ୍ଚାୟତର ପ୍ରାୟ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ଜନସାଧାରଣ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି।ଏଠାରେ ନିରାମୟ ଯୋଜନା ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଦିନକୁ ମାତ୍ର ୬ଘଣ୍ଟା ଖୋଲାଯାଇଛି ।ଅଞ୍ଚଳର ପ୍ରାୟ ୯୦ ଭାଗ ଲୋକ ଚାଷ ଉପରେ ନିର୍ଭର କରି ଚଳନ୍ତି ।ସ୍ୱାସ୍ଥ୍ୟ ସମସ୍ୟା ହେଲେ ମେଡିକାଲ ଆସିଲା ବେଳକୁ ନିରାମୟ ଯୋଜନା ବନ୍ଦ ହେଇଯାଉଛି ।ଗରିବ ଶ୍ରେଣୀର ଲୋକଟିଏ ବାହାରୁ ଔଷଧ କିଣି ଖର୍ଚ୍ଚାନ୍ତ ହେଉଥିବା ରୋଗୀ ଅଭିଯୋଗ କରିଛନ୍ତି ।ଏନେଇ ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ବିଭାଗୀୟ ଅଧିକାରୀ ଓ ରାଜନେତା ନିକଟରେ ଅଭିଯୋଗ କରିଆସୁଛନ୍ତି ନିରାମୟ  ୬ଘଣ୍ଟା ପରିବର୍ତ୍ତେ ୧୨ଘଣ୍ଟା ଖୋଲାଯାଉ ।ହେଲେ କୌଣସି ସୁଫଳ ମିଳିନାହିଁ ।ସେପଟେ କଣାସ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ବେହେରା କହିଛନ୍ତି ଏବିଷୟରେ ଆମେ ଉପରୋକ୍ତ ଅଧିକାରୀ ଓ ସରକାରଙ୍କୁ ଜଣାଇଛୁ ନିରାମୟ ୬ଘଣ୍ଟା ପରିବର୍ତ୍ତେ ୧୨ଘଣ୍ଟା ଖୋଲାଯାଉ ରୋଗୀମାନେ ଉପକୃତ ହୋଇପାରିବେ ।

Nalco

Leave A Reply