କଣାସ : ସତ୍ୟବାଦୀ ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ନିଜର ଶତାଧିକ ସମର୍ଥାକଙ୍କ ସହ ବାଇକ୍ ଶୋଭାଯାତ୍ରାରେ ବାହାରି କଣାସ ବ୍ଲକ୍ ତ୍ରିଲୋଚନପୁର ପଞ୍ଚାୟତର କତପଡ଼ା, ରାଣୀପଡା, ବେଲପଡ଼ା, ଗାଉପଡ଼ା,ନୂଆପଡ଼ା,କଣ୍ଠପଡ଼ା ଓ ତ୍ରିଲୋଚନପୁର ଆଦି ବିଭିନ୍ନ ଗ୍ରାମର ଘରେ ଘରେ ପହଞ୍ଚି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନାର ସଫଳ ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ସହିତ ଯୋଡି ଶଙ୍ଖରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ।ପରେ ଏକ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗ ଦେଇ ବିଜୁ ଜନତା ଦଳର ୨୫ବର୍ଷ ଶାସନ କାଳରେ ବିଭିନ୍ନ ସଫଳ ଯୋଜନା ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।ଆଗାମୀ ଦିନରେ କଣାସ ଓ ସତ୍ୟବାଦୀର ବିକାଶ ମୂଳକ କାର୍ଯ୍ୟକୁ ଅଧିକରରୁ ଅଧିକ ତ୍ଵରାନିତ କରାଯିବ ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମରେ କଣାସ ବ୍ଲକ୍ ଅଧ୍ୟକ୍ଷା ପ୍ରଭାତୀ ରାଉତ,ସରପଞ୍ଚ ବିଜୟିନୀ ପାତ୍ର,ଜିଲ୍ଲାପରିଷଦ ସଭ୍ୟ ଭୀମସେନ ପାଇକରାୟ,ଗୁଣନିଧି ପାତ୍ର, ସଞ୍ଜୟ କୁମାର ଭୋଳ,ସୁଶିଲ କାନ୍ତ ରାଉତ,ବସନ୍ତ ଜେନା, ରାଜେଶ ହରିଚନ୍ଦନ ଓ ଶେଖର ବାରିକ ପ୍ରମୁଖ ନେତା ଓ କର୍ମୀ ଉପସ୍ଥିତ ଥିଲେ ।
