କଣାସ-୨୯/୦୮/୨୦ : ଲଘୁଚାପଜନିତ ବର୍ଷା କାରଣରୁ କଣାସ ଅଞ୍ଚଳରେ ବନ୍ୟାସ୍ଥିତି ଏବେ ଗମ୍ଭୀର ହେବାର ଲାଗିଛି। ଏଭଳି ଏକ ଉଦବେଗ ଜନକ ପରିସ୍ଥିତିରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଯୁବବିଧାୟକ ଉମାକାନ୍ତ ସାମନ୍ତରାୟ ଆଜି କଣାସ ଅଞ୍ଚଳର ସମସ୍ତ ବନ୍ୟାଞ୍ଚଳ ଘେରି ରହିଥିବା ଗ୍ରାମ ଗୁଡିକ ସ୍ଥାନୀୟ ତହସିଲଦାର ଓ ବିଡ଼ିଓ ଙ୍କ ସହିତ ବୁଲି ଦେଖିଥିଲେ। ବନ୍ୟା ନିୟନ୍ତ୍ରଣ ପାଇଁ ସମସ୍ତ ବିଭାଗୀୟ କର୍ମକର୍ତ୍ତା ଙ୍କ ସହିତ ଆଲୋଚନା କରିଥିଲେ। ଜଳସେଚନ ବିଭାଗର ଜେଇ ମକର ବେହେରାଙ୍କ ସହିତ ଆଲୋଚନା କରି ସ୍ବେଚ୍ଛାସେବୀ ସଂସ୍ଥା ଏକେଏସ୍ଏସ୍ ସେବାଞ୍ଚଳ ଠାରେ ଦୟାବନ୍ଧ ପୂର୍ବ ଦିଗକୁ ପ୍ରାୟ ୨୦୦ଫୁଟ ଦବିଯାଇ ପାଣି ଘଳିଆ ପଡ଼ୁଥିବାରୁ ସ୍ଥିତି ଉଦବେଗ ଜନକ ରହିଛି।
ପୁରୀ ଜିଲ୍ଲାପାଳ ମଧ୍ୟ ସେବାଞ୍ଚଳଠାରେ ଥିବା ଉକ୍ତ ସ୍ତାନକୁ ପରିଦର୍ଶନ କରି ଏହାର ପ୍ରତିକାର ନିମନ୍ତେ ସମସ୍ତ ପ୍ରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏକେଏସ୍ଏସ୍ ଅନୁଷ୍ଠାନର ସାଧାରଣ ସମ୍ପାଦକ ସୁବର୍ଣ୍ଣ କେଶରୀ ବଳିୟାରସିଂହ ପ୍ରତିଷ୍ଠା କରିଥିବା ଭାରତ ସରକାରଙ୍କର ଆଞ୍ଚଳିକ ରେଡ଼ିଓ ଷ୍ଟେସନ ବର୍ତ୍ତମାନ ବିପଦଜନକ ପରିସ୍ଥିତି ତଥା ଅନୁଷ୍ଠାନ ଏକେଏସ୍ଏସ୍ ପରିସ୍ଥିତି ସଙ୍କଟାପନ୍ନ ରହିଛି ବୋଲି ପ୍ରଶାସନିକ ଅଧିକାରୀ ମାନଙ୍କ ଜଣାଇଛନ୍ତି। ବିଶେଷ ଭାବରେ ହେଡ କ୍ୱାଟର କଣାସ କୁ ସଂଯୋଗ କରୁଥିବା ଦୋକନ୍ଦା ବାଲିପାଟଣା ଓ ପଣ୍ଡିଆକେରା ଗ୍ରାମ ପଞ୍ଚାୟତ କୁ ସଂଯୋଗ କରୁଥିବା ମନ୍ଦାରବସ୍ତ ଓ ଖୋର୍ଦ୍ଧା ରାସ୍ତା ଉପରେ ବନ୍ୟାପାଣି ସୁଅ ଛୁଟୁଥିବାରୁ ଜରୁରୀ କାମରେ ଲୋକମାନେ ଆସିପାରୁନାହାନ୍ତି।
ଦୋକନ୍ଦା, ବାଲିପାଟଣା, ତରପଡ଼ା,ବଡ଼ାସ,ବୈଦ୍ୟନାଥ ପାଟଣା,ସବଳଙ୍ଗ ,ତେନ୍ତୁଳିମୂଳ, ଗଡ଼ ବଳଭଦ୍ରପୁର, ଅଶ୍ୱସ୍ତପାରି,ନାନେକେରା,ସିମିଳି ପାଟଣା, ପଣ୍ଡିଆକେରା, ଗଡ଼ ମାଟିଆପଡ଼ା,ବାଙ୍କତଳ ତଥା ଗଡ଼ ସାନପୁଟ ଓ ଗଡ଼ ବଡ଼ପୁଟ ଆଦି କେତେକ ଗାଁ ବନ୍ୟାଘେରି ରହିଛି। କଣାସ ଜଳସେଚନ ବିଭାଗର ୱାର୍କ ସରକାର ନିରଞ୍ଜନ ନାୟକ ଙ୍କ ସୂଚନା ମୁତାବକ ଆଜି ଅପରାହ୍ନ ୫ଟା ସୁଦ୍ଧା ଜଳସ୍ତର ୫.୩୯ ମିଟର ରହିଛି। ଉପର ମୁଣ୍ଡରେ ବର୍ଷା କାରଣରୁ ଗତକାଲି ବନ୍ୟାସ୍ଥିତି ଉଦବେଗ ଜନକ ହୋଇପାରେ ବୋଲି ଜଣାପଡିଛି। ଅଦ୍ୟାବଧି ହୀରାକୁଦ ଡ୍ୟାମର ପ୍ରାୟ ୪୪ ଗେଟ ଖୋଲାରହିଛି। ଏପଟେ ଲୋକମାନଙ୍କର ଯେ କୌଣସି ଅସୁବିଧା ନିମନ୍ତେ ବନ୍ୟାରୁ ଉଦ୍ଧାରକାରୀ ଦଳ ପ୍ରସ୍ତୁତି ହୋଇରହିଛନ୍ତି। ସ୍ଥାନୀୟ ତହସିଲଦାର,ବିଡ଼ିଓ ଓ ପୁରୀ ଜିଲ୍ଲାପାଳ ବନ୍ୟା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି।
