ନୂଆଦିଲ୍ଲୀ : ଆଗକୁ ଆମେରିକାରେ ରାଷ୍ଟ୍ରପତି ମତଦାନ ହେବାକୁ ଯାଉଛି, ଯାହାକି ନଭେମ୍ବର ୫ତାରିଖ ରେ ହେବ l ଏବଂ ଯାହା ଉପରେ ରହିଛି ସାରା ବିଶ୍ୱର ନଜର l କିଛି ଦେଶ ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଙ୍କ ସପକ୍ଷରେ ରହିଥିବା ବେଳେ କିଛି ଦେଶ କମଳା ହାରିସ ଙ୍କ ରାଷ୍ଟ୍ରପତି ହେବା ସପକ୍ଷରେ ରହିଛନ୍ତି l ଏହି ସମୟରେ ୟୁରୋପ ମଧ୍ୟ ଆମେରିକା ରେ ରାଷ୍ଟ୍ରପତି ମତଦାନ କୁ ନେଇ ଚିନ୍ତାରେ ରହିଛି l ଯଦି ଡୋନାଲଡ ଟ୍ରମ୍ପ ଆଉଥରେ ଆମେରିକା ରାଷ୍ଟ୍ରପତି ପଦବୀ ରେ ବସିବେ , ତେବେ ୟୁରୋପ କୁ ଗମ୍ଭୀର ସମସ୍ୟା ର ସମୁଖୀନ ହେବାକୁ ପଡିପାରେ l ସୁରକ୍ଷା ଓ ମୁକ୍ତ ବ୍ୟବସାୟ ରାଜିନାମା ବିପଦର ସମୁଖୀନ ହୋଇପାରେ l ତଥାପି ୟୁରୋପ ପ୍ରତ୍ୟେକ ପରିସ୍ଥିତି ର ମୁକାବିଲା କରିବ ବୋଲି କହିଛି l
ମିଳିଥିବା ସୂଚନା ଅନୁସାରେ ପଶ୍ଚିମ ୟୁରୋପ ରେ ୬୯ ପ୍ରତିଶତ ଓ ପୂର୍ବ ୟୁରୋପ ରେ ୪୬ ପ୍ରତିଶତ ଲୋକେ କମଳା ହାରିସ ଙ୍କୁ ଭୋଟ ଦେବେ l ଯାହାକିଵି ଗୋଲପ ଇଣ୍ଟରନେଶନାଲ ଦ୍ୱାରା କରାଯାଇଥିବା ସର୍ଭେ ରିପୋର୍ଟ ଅନୁସାରେ କୁହାଯାଉଛି l ରିପବ୍ଲିକାନ ପାର୍ଥି ଡୋନାଲଡ ଟ୍ରମ୍ପ ମାତ୍ର ୧୬ ପ୍ରତିଶତ ଭୋଟ ପଶ୍ଚିମ ୟୁରୋପ ରୁ ଓ ୩୬ ପ୍ରତିଶତ ଭୋଟ ପୂର୍ବ ୟୁରୋପ ରୁ ପାଇବେ ବୋଲି ଏହି ସର୍ଭେରେ ଦର୍ଶା ଯାଇଛି l
ୟୁରୋପୀୟ ସଂଘ ର ଅଧିକାଂଶ ରାଷ୍ଟ୍ର ପ୍ରମୁଖ ହାରିସ ଙ୍କ ସମର୍ଥନ କରି ଥାଆନ୍ତି l ଜର୍ମାନ ଚାନ୍ସେଲର ଗୋଟିଏ ଇଣ୍ଟରଭିୟୁ ରେ କହିଛନ୍ତି କମଳା ହାରିସ ସୁନିଶ୍ଚିତ ଭାବରେ ଗୋଟିଏ ଭଲ ରାଷ୍ଟ୍ରପତି ହେବେ l ହାରିସ ଦୀର୍ଘ ସମୟ ଧରି ଜୋ ବାଇଡେନ ନିକଟରେ ଉପରାଷ୍ଟ୍ରପତି ପଦବୀ ରେ ରହିଛନ୍ତି l ଏବଂ ତାଙ୍କର ବିଦେଶ ନୀତି ସ୍ୱାଗତ ଯୋଗ୍ୟ ସର୍ବଦା ଅଟେ l ୟୁରୋପ ଆମେରିକା ଉପରେ ଅଧିକ ନିର୍ଭରଶୀଳ ହୋଇଯାଇଛି , ବିଶେଷ ଭାବରେ ଉର୍ଜା ଓ ସୁରକ୍ଷା କ୍ଷେତ୍ରରେ l ହାରିସ ଯଦି ଆମେରିକାର ରାଷ୍ଟ୍ରପତି ହେବେ ତେବେ ୟୁରୋପ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଗତି କରିବ l