Odisha news

କଳିଙ୍ଗ ଘାଟିରେ ସଡକ ଦୁର୍ଘଟଣା : 6 ଜଣଙ୍କ ମୃତ୍ୟୁ ଓ 45 ଜଣ ଗୁରୁତର

0
ପୁରୁଷୋତ୍ତମ ମହାପାତ୍ର : ଗତ ମଧ୍ୟ ରାତ୍ରିରେ କଳିଙ୍ଗ ଘାଟି ଠାରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି ଫଳରେ ଘଟଣା ସ୍ଥଳରେ 6 ଜଣଙ୍କ ମୃତ୍ୟୁ ହୋଇଥିଲା ଓ 45 ଜଣ ଗୁରୁତର ହୋଉଛନ୍ତି।ଦୁର୍ଘଟଣା ଗ୍ରସ୍ତ ବସ ଟି ଫୁଲବାଣୀ ରୁ ବିଶାଖାପାଟଣା ଯାଉ ଥିଲେ।ଯାତ୍ରୀବାହୀ ଗାଡିଟି ୱେଷ୍ଟ ବଙ୍ଗଳା ରୁ ବାହାରିଥିଲା ସର୍ବ ମୋଟ 60 ଜଣ ଯାତ୍ରୀ ଥିଲେ ସେମାନଙ୍କ ମଧ୍ୟରୁ 15 ଜଣଙ୍କ ଅବସ୍ଥା ଗୁରୁତର ଅଛନ୍ତି।ଆହତ ମାନଙ୍କୁ ପ୍ରଥମେ ଭଞ୍ଜନଗର ମେଡ଼ିକାଲ ପରେ ବ୍ରମହାପୁର ମେଡିକାଲ କୁ ପଠା ଯାଇଛି।ଉଦ୍ଧାର କାର୍ଯ୍ୟରେ ଭଞ୍ଜନଗର ଅଗ୍ନୀସମ ବିଭାଗ, ବାଲିଗୁଡା ଅଗ୍ନିଶମ ବିଭାଗ, ଭଞ୍ଜନଗର ପୋଲିସ ନିୟୋଜିତ ହୋଇଥିଲା।ପ୍ରଥମେ ଦୁର୍ଗା ପ୍ରାସାଦ ଅଂଚଳର ସ୍ୱେଚ୍ଛାସେବୀ ମାନେ ଉଦ୍ଧାର କରିଥିଲେ।ଯାତ୍ରୀମାନେ ଦାରିଙ୍ଗବାଦି  ବୁଲିବା ପରେ କଳିଙ୍ଗ ଘାଟିରେ ବିଶ୍ରାମ ନେବା ପରେ ବିଶାଖାପାଟଣା ଅଭିମୁଖେ ରାତ୍ର11ରେ ବାହାରିଥିଲା। ବସ ତଳେ ଯାତ୍ରୀମାନେ ଚାପି ହୋଇ ରହିଯିବା ଫଳରେ ଉଦ୍ଧାର କାର୍ଯ୍ୟ ରେ ଜେସିପି  ମେସିନ ବ୍ୟବହାର ହୋଇଥିଲା ଭଞ୍ଜନଗର ପ୍ରଶାସନ ଓ ଭଞ୍ଜନଗର ମେଡ଼ିକାଲ ସମ୍ପୂର୍ଣ୍ଣ ନିୟୋଜିତ ହୋଉଛନ୍ତି।
Leave A Reply