Odisha news

ବିମଳା ଜଙ୍ଗଲ ରେ କଲରା ପତରିଆ ବାଘ ବନ ବିଭାଗ ର ତନାଘନା

କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଜୟପାଟଣା ରେଞ୍ଜ ଅଧିନ ବିମଳା ଗ୍ରାମ ନିକଟରେ ଥିବା ଜଙ୍ଗଲ ରେ ଆଜି ସକାଳ ୫ ଟା ସମୟରେ ଏକ ବିରାଟ କଲରା ପତାରିଆ ବାଘ ଆସିଥିବା କିଛି ସ୍ଥାନୀୟ ଲୋକେ ଦେଖି ବନ ବିଭାଗ କୁ ଖବର ଦେଇଥିଲେ ଖବର ପାଇ ବନ ବିଭାଗ କର୍ମଚାରୀ ଆସି ତଦନ୍ତ ଆରମ୍ଭ କରିବା ସହ ବାଘ ର ସ୍ଥିତି ଅନୁଧ୍ୟାନ କରିଛନ୍ତି ଓ ବାଘ ର ପଦଚିଂହ୍ନ ରୁ ଏହା ଏକ କଲରା ପତାରିଆ ବାଘ ବୋଳି ସ୍ପଷ୍ଟ କରିଛି ବନ ବିଭାଗ ଅଞ୍ଚଳରେ ଲୋକଙ୍କୁ ସତର୍କ କରିବା ସହ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ଘଟଣାସ୍ଥଳରେ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଏ ସି ଏଫ ଓ ବନ ବିଭାଗ କର୍ମଚାରୀ ରହି ଟ୍ରାଙ୍କୁଳାଇଜର ସାହାଯ୍ୟ ରେ ବାଘ କୁ ଆୟତ୍ତ କରିବାକୁ ଚେଷ୍ଟା ଜାରିରହିଛି ତେବେ ଘଟଣା କୁ ୧୨ ଘଣ୍ଟା ବିତିଥିଲେ ମଧ୍ୟ କୌଣସି ସଫଳତା ମିଲିନାହିଁ ନିକଟରେ ଥିବା ବୁଦା ଆଢୁଆଲ ରେ ବାଘ ଥିବା ନେଇ ସନ୍ଦେହ କରୁଛି ବନ ବିଭାଗ ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଓ ଭୟ ର ବାତାବରଣ ଖେଳିଯାଇଛି l

IEC 2 years

Comments are closed.