Odisha news

ବଜ୍ର କାପ୍ତ୍ତା ଉଦ୍ଧାର, ଜଣେ ଅଟକ

0

କଳାହାଣ୍ଡନର୍ଲା,ସକାଳଖବର,(ଦୀପକଠାକୁର):-କଳାହାଣ୍ଡି ଜିଲ୍ଲା ଉତ୍ତର ବନ ଖଣ୍ଡ  ଅଧୀନ କାର୍ଣି ଖୁଣ୍ଟି ଠାରେ ଗୋଟେ ବଜ୍ର କାପ୍ଟା ଉଦ୍ଧାର କରାଯାଇଛି ଏବଂ ଏହି ଘଟଣା ରେ ଜଣେ ଅଭିଯୁକ୍ତକୁ ଅଟକ ରଖା ଯାଇଛି । ଜିତେନ୍ଦ୍ର କୁମାର (୩୧)ନାମକ ବ୍ୟକ୍ତି କେସିଙ୍ଗା ଥାନା ରୁପ୍ରା ରୋଡ ନିକଟ ଟକର୍ଲା ଗ୍ରାମ ର ବୋଲି ଜଣା ପଡିଛି । ଗତ କାଲି ସନ୍ଧ୍ୟା ସମୟ ରେ ଏସଡିଏଫ୍ ଦଳ କୌଣସି ସୂତ୍ର ରେ ଖବର ପାଇ  ବଜ୍ରକାପ୍ତା ଧରିବାପରେ ନାର୍ଲା ରେଞ୍ଜ ଅଧିକାରୀ ଙ୍କୁ ଖବର ଦେଇ ହସ୍ତାନ୍ତର କରିଥିଲେ । ଉଦ୍ଧାରବଜ୍ରକାପ୍ତା ରଓଜନ୍ ତେର କେଜି ରହିଛି । ଆଜି ଅଭିଯୁକ୍ତ ଙ୍କୁ ଜେରା ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ରେଞ୍ଜ ଅଧିକାରୀ ପ୍ରଶାନ୍ତ କୁମାର ପାଲ । ତଦନ୍ତ ଏସିଏଫ୍ ଜିତେନ୍ଦ୍ର କୁମାର ସାହୁ ଙ୍କ ଦ୍ଵାରା ଚାଲିଥିବା ବେଳେ ଆଗକୁ ଆହୁରି ଅନେକ ତଥ୍ୟ ଜଣା ପଡ଼ିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.