କାକାଟପୁର 31/8 ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଆଜି କାକଟପୁର ଓ ଏହାର ଆଖପାଖ ଅଞ୍ଚଳ ପୁରପଲ୍ଲୀ ରେ ବିଘ୍ନ ବିନାଶନ ପୂଜା ମହା ସରୋହରେ ପାଳିତ ହୋଇଯାଇଛି। ଦୁଇ ବର୍ଷ କୋଭିଡ କଟକଣା ପାଇଁ ପୂଜା ମଣ୍ଡପ ଗୁଡ଼ିକ ଖାଁ ଖାଁ ପଡ଼ିଥିବା ବେଳେ ଚଳିତ ବର୍ଷ ଧୁମ୍ ଧାମ ରେ ପାଳିତ ହେଉଅଛି। ବିଭିନ୍ନ ଶିକ୍ଷା ଅନୁଷ୍ଠାନ, ଵେବସାୟୀସଂଘ, କ୍ଲବ୍, ମାନଙ୍କରେ ପୂଜା ମଣ୍ଡପ ଗୁଡ଼ିକୁ ସୁ ଉଚ୍ଚ ତୋରଣ ଆକର୍ଷଣିଆ ଆଲୋକ ମାଳା ମନଲୋଭା ମୁମ୍ବାଇ ମୂର୍ତ୍ତି ମାନ ପ୍ରତିଷ୍ଠା କରାଯାଇ ଗଜାନନ ଙ୍କ ପୂଜାଚର୍ଣ୍ଣା କରାଯାଉଛି। ସେହିପରି କାକଟପୁର ମୁଖ୍ୟ ବଜାର ର ଗଣେଶ ବଜାର ଵେବସାୟୀସଙ୍ଘ ତରଫରୁ କର୍ତା ଭାବେ ତୁଷାର ରଞ୍ଜନ ଦୀକ୍ଷିତ ଓ କମଳ ଲୋଚନ ଦୀକ୍ଷିତ ସମସ୍ତ ପୂଜା କାର୍ଯ୍ୟ କରିଥିବା ବେଳେ,ମଙ୍ଗଳା କ୍ରିକେଟ୍ କ୍ଲବ୍ ଚନ୍ଦ୍ରକାନ୍ତ ଦୀକ୍ଷିତ,। ୟୁକୋ ବ୍ୟାଙ୍କ ଛକ ଟାଉନ କ୍ଲବ୍ ପିକୁଲା ନାୟକ , ମେଡିକାଲ ବଜାର ଓ ଚନ୍ଦନ ବଜାର ଵେବସାୟୀସଙ୍ଘ ରେ ପୂଜା ଧୁମ୍ ଧାମ ରେ ଚାଲିଛି। ଦୀର୍ଘ ସାତ ଦିନ ଧରି ବିଭିନ୍ନ ପୁଜା ମଣ୍ଡପ ରେ ସାଙ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆ ଯାଇଛି।
