କାକଟପୁର 31/8 ଚାକିରୀ ଥିଲେ ଅବସର ବି ଅଛି, କାକଟପୁର ନିକଟସ୍ଥ ବାଜପୁର ପ୍ରାଥମିକ ସ୍କୁଲ ର ଶିକ୍ଷକ ସୁରେଶ ଚନ୍ଦ୍ର ସ୍ୱାଇଁ ଙ୍କ ବିଦାୟ କାଳୀନ ଅବସର ସ୍କୁଲ ପରିସର ରେ ଅନୁଷ୍ଠିତ ହୋଇଯାଇଛି,ଚାକିରୀ ଜୀବନରେ ଶ୍ରୀ ସ୍ୱାଇଁ ସି ଆର ସି 10 ବର୍ଷ ରହିଥିବା ବେଳେ ଶିକ୍ଷକ ସଂଗଠନ ର ସଭାପତି ମଧ୍ୟ ଥିଲେ ବହୁ ଉଚ୍ଚ ଶିକ୍ଷିତ ଛାତ୍ର ଛାତ୍ରୀ ଙ୍କୁ ତିଆରି କରିଥିଲେ, ସେ ତାଙ୍କ ଚାକିରୀ ଜୀବନରେ ରାୟଗଡା, ମୁନିଗୁଡା କୂଅପଦା, ଶୁକପୋଖରୀ ଓ ଶେଷ ରେ ବାଜପୁର ପ୍ରାଥମିକ ରୁ ଅବସର ନେଇଛନ୍ତି, ଏହି ଉତ୍ସବ ରେ ବହୁ ପୁରୁଣା ଛାତ୍ର ଓ ଛତ୍ରୀ ଉପସ୍ଥିତ ରହିବା ସହିତ ଗୁରୁ ଆଉ ଶିଷ୍ୟ ଙ୍କ ଭିତରେ ଯେଉଁ ପବିତ୍ର ସମ୍ପର୍କ ଛାତ୍ର ମାନେ ବଖାଣିବା ସହିତ ଉପସ୍ଥିତ ଅତିଥି ମାନେ ମଧ୍ୟ ସ୍ୱାଇଁ ଙ୍କ ସ୍କୁଲ ପ୍ରତି ଅବଦାନ ଓ ତାଙ୍କର ଶିକ୍ଷକ ମାନଙ୍କ ଭିତରେ ସୁ ସମ୍ପର୍କ ରହିଥିଲା l ପରେ ଏକ ଭାବପର୍ଣ୍ଣ ପରିବେଷ ସୃଷ୍ଟି ହୋଇଥିଲା ଶ୍ରୀ ସ୍ୱାଇଁ ତାଙ୍କ ଭାଷଣ ରେ ସ୍କୁଲ ଓ ପିଲାମାନଙ୍କ ବିଷୟ କହୁ କହୁ ତାଙ୍କ ଆଖିରୁ ଲୋତକ ଝରି ଆସିଥିଲା ସେ ଅବସର ପରେ ବି ଗରିବ ପିଲାଙ୍କୁ ସାହାଯ୍ୟ କରିବେ ବୋଲି କହିଥିଲେ,ଆଜି ଏହି ଉତ୍ସବ ରେ କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ,ସମିତି ସଭ୍ୟ ପ୍ରମୋଦ ଦାସ ,ସବ ରେଜିଷ୍ଟାର ପ୍ରଭାତ ତରାଇ, ସମାଜ ସେବୀ ବିପିନ ରାଉତ,ବି, ଓ ମନ୍ଦର ଧର ମହାନ୍ତି, ପୂର୍ବତନ ବି ଓ ଶାନ୍ତନୁ ପରିଡା, ସଂଯୁକ୍ତା ଦେଇ, ସେକ ଜାକିର, ସି ଆର ସି ସେକ ହାରିସ, ହୃଦାନନ୍ଦ ଶାସମାଲ,ଗୀତା ମହାନ୍ତି ଓ ଗ୍ରାମବାସୀ ପ୍ରମୁଖ ଶ୍ରୀ ସ୍ୱାଇଁ ଙ୍କ ଭାଷଣ ମାଧ୍ୟମରେ ଗୁଣା ବଳୀ ବଖାଣି ଥିଲେ ଶେଷରେ ସ୍କୁଲ ଠାରୁ ଏକ ଶୋଭାଯାତ୍ରା ରେ ସ୍ବାଇଁକୁ ତାଙ୍କ ଗାଁ ଓଥକା ନିଜ ବାସଭବନ ରେ ବିଦାୟ ଦେଇ ଆସିଥିଲେ l
