Odisha news

ମୂର୍ତ୍ତି ବେପାରକୁ ନେଇ ଚିନ୍ତାରେ କାରିଗର

0

କାକଟପୁର ତା ୨୫/୮, ଗଣେଷ ଚତୁର୍ଥୀକୁ ଆଉ ଦିନ କେଇଟା ଥିବାବେଳେ ବିଘ୍ନବିନାଶକ ଶ୍ରୀ ଗଣେଷଙ୍କ ମୂର୍ତ୍ତି ବେପାରକୁ ନେଇ ଆଶା ଓ ଆଶଙ୍କରେ କାରିଗର l କାରଣ କୋଭିଡ କଟକଣା ର ଦୀର୍ଘ ୨ ବର୍ଷ ମଧ୍ୟରେ ଶିଳ୍ପୀ ମାନଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବାବେଳେ ଏବେ ଶିଳ୍ପୀ ମାନଙ୍କ ଜୀବିକାକୁ ପୁନର୍ଜନ୍ମ ଦେବାପାଇଁ ଶ୍ରୀ ଗଣେଷଙ୍କ ମୁଣ୍ମୟ ମୂର୍ତ୍ତି ଗଢ଼ାସରିଥିଲେ ମଧ୍ୟ ମୂର୍ତ୍ତି ବେପାର କୁ ନେଇ ଆଶଙ୍କାରେ ଅଛନ୍ତି ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳର ଅନେକ ଛୋଟ ବଡ କାରିଗର l କାରଣ ଏ ବର୍ଷର ବନ୍ୟା ବିଭିଷିକା ପୂଜା ବଜାରକୁ ଏକ ପ୍ରକାର ଛାନଭିନ କରିଦେଇଛି l କାରିଗର ଦୀର୍ଘ ୨ ବର୍ଷ ହେବ ହଜାର ହଜାର ଟଙ୍କା କ୍ଷତି ସହିଥିବାବେଳେ ଚଳିତ ବର୍ଷ କିଛି ଲାଭ କରି ଉଜୁଡା ସଂସାରକୁ ସଜାଡ଼ିବେ ବୋଲି ଅନେକ ଅସାବାନ୍ଧି ଥିଲେ ମାତ୍ର ମୂର୍ତ୍ତି କାରିଗର ମାନଙ୍କ ଜୀବିକା ବନ୍ୟା ପାଣିରେ ଧୋଇ ହୋଇଯିବା ବୋଲି ଏବେଠାରୁ ଆଶଙ୍କା କଲେଣି ଶିଳ୍ପୀ l ଯାହାଫଳରେ ସ୍ଥାନୀୟ ବଜାର କମିଟି, ସ୍କୁଲ କଲେଜ ଓ କ୍ଲବ ପରି ଅନୁଷ୍ଠାନ ମାନେ ପୂଜା କରିବେକି ନାହିଁ ସନ୍ଦେହ ରେ ଅଛନ୍ତି l ସେପଟେ ଆଗକୁ କିପରି ବେପାର କରି ନିଜର ପିଲା ଛୁଆ ଙ୍କ ପେଟକୁ ଦାନା ଯୋଗାଡ଼ କେମିତି କରିବେ ଚିନ୍ତାରେ ଥିବା ମୂର୍ତ୍ତି କାରିଗର ମାନେ କହୁଥିବା ବେଳେ ବାହାରୁ ଆସିଥିବା କାରିଗର ଙ୍କୁ କିପରି ପଇସା ଦେଇ ତାଙ୍କ ଗାଁକୁ ପଠାଇବେ ତାଙ୍କର ଚିନ୍ତାକୁ ଦ୍ବିଗୁଣିତ କରିଛି, ଏମିତି ଦୋଛକି ଭିତରେ ଅଛନ୍ତି ଶିଳ୍ପୀ l

Nalco
Leave A Reply