Odisha news

ପରିବା ଦର ଆକାଶ ଛୁଆଁ, ବେପାରୀ ମାଲେ ମାଲ,ଖାଉଟି ହନ୍ତ ସନ୍ତ, ଚାଷୀ ହତାଶ

0
କାକଟପୁର 20/8 ସାରା ରାଜ୍ୟରେ ଲଘୁଚାପ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖା ଦେଇଛି, ସରକାର ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ ବନ୍ୟା ପୀଡିତl ଙ୍କ ପାଇଁ ସହଯୋଗ ର ହାତ ବଢ଼ାଇ ଥିବାବେଳେ ପନିପରିବା ବେପାରୀଙ୍କୁ ଧରିଛି ଶୋଷଣ ନିତୀ, ଆଳୁ, ପିଆଜ, ବାଇଗଣ, କଖାରୁ, ଝୁଡ଼ଙ୍ଗ, ପ୍ରଭୁତି ର ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି, ଯାହା ସିଧା ସଳଖ ଖାଉଟି ମାନଙ୍କ ଉପରେ ପ୍ରଭାବ ପଡିଛି, ଭୁବନେଶ୍ୱର ରୁ କାକଟପୁର ଯିବା ବାଟରେ ଧନୁଆଁରେ  ବନ୍ୟା ର ପାଣି (ସେତୁ) ଉପରେ ଚାଲୁଥିବା ବେଳେ କାକଟପୁର ରୁ ଭୁବନେଶ୍ୱର ଯୋଗାଯୋଗ ବିଛିନ୍ନ ହୋଇଯାଇଥିବା ବେଳେ ଏହାର ଫାଇଦା ପରିବା ବେପାରୀ ମାନେ ଉଠାଉଛନ୍ତି, ଯାହା ପାଖରେ ପରିବା ମହଜୁଦ ଅଛି, ସେମାନେ ଚଢ଼ା ଦର ରେ ବିକ୍ରି କରି ଖାଉଟି ମାନଙ୍କ ଠାରୁ ଶୋଷଣ କରୁଛନ୍ତି,ବର୍ତମାନ ପରିସ୍ଥିତି ରେ ଦିନ ମଜୁରିଆ  ଚଳିବା ସମ୍ଭବ ହେଉ ନ ଥିବା ବେଳେ ପରିବା ଦୋକାନୀ ମାନେ ଚଢ଼ା ଦର ରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି, ବନ୍ୟା ପାଣି ଚାରିଆଡେ ମାଡି ଯାଇଥିବା ବେଳେ କିଛି ଆଦାୟ ଆଶାରେ ଚାଷୀ ମାନେ କମରେଟ ରେ ଦୋକାନୀ ଙ୍କୁ କଖାରୁ, ଅମୃତଭଣ୍ଡା,ବାଇଗଣ,ସାରୁ ଦେଶିଆଳୁ,ଦେଇଦେଉଛନ୍ତି,ଦୋକାନୀ ତାକୁ କମ ରେଟ ରେ କିଣି ଚଢ଼ା ଦାମ ରେ ବିକୁଛି, କାହାର ପୁଷ ମାସ ତ ଆଉ କାହାର ସର୍ବନାଶ ଚାଷୀ ମାନେ ଦୁଃଖ କଷ୍ଟ ରେ ମୁଣ୍ଡ ଝାଳ ତୁଣ୍ଡ ରେ ମାରି ଦି ପଇସା ରୋଜଗାର କଲା ବେଳକୁ ଦାଉ ସାଧୁଛି ଦଇବ ଯାହା ଫଳରେ ଚାଷୀ ମାନେ ଆଗକୁ ଚାଷ କରି ପିଲା ଛୁଆ ବଞ୍ଚାଇବା କଷ୍ଟ କର ବୋଲି କିଛି ଚାଷୀ କହିଛନ୍ତି, ସେପଟେ ଦୋକାନୀ ମାନେ କମରେଟ ରେ କିଣି ଚଢ଼ା ଦର ରେ ବିକ୍ରି କରୁଥିବା ନଜର କୁ ଆସିଛି, ବନ୍ୟା କ୍ଷତି ଗ୍ରସ୍ତ ଚାଷୀ ମାନଙ୍କୁ ୠଣ ଛାଡ଼ କରିବା ପାଇଁ ଅଞ୍ଚଳ ର ବୁଦ୍ଧିଜୀବୀ ମାନେ ରାଜ୍ୟ  ସରକାରଙ୍କୁ ଅନୁରୋଧ କରିଛନ୍ତି l ଚଢ଼ା ଦରରେ ପରିବା ବିକ୍ରି କରୁଥିବା ବେପାରୀ ମାନଙ୍କ ଉପରେ ଖାଉଟି ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହୋଇଛି l
Nalco
Leave A Reply