କାକଟପୁର ୨୦/୭ କାକଟପୁର ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କୁ ବିପର୍ଯ୍ୟୟ କୁ କେମିତି ସାମନା କରିବେ ସେ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ କାକଟପୁର ବିଡ଼ିଓ ତୁଷାର ଜ୍ୟୋତିରଞ୍ଜନ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ, (ଏନ ଡି ଆର ଏଫ) ତରଫରୁ ଆସିଥିବା ବରିଷ୍ଠ ଅଫିସର ଓ ଏନ ଡି ଆର ଏଫ ର କର୍ମଚାରୀମାନଙ୍କ ମିଳିତ ସହଯୋଗରେ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ରେ ନିର୍ମିତ ପମ୍ପବୋଟ ଓ ତାର କାର୍ଯ୍ୟକାରିତା ସମ୍ପର୍କରେ ଛାତ୍ର, ଛାତ୍ରୀ ମାନଙ୍କୁ ଅବଗତ କରାଇବା ସହିତ ବିପର୍ଯୟ କୁ କିପରି ସାମ୍ନା କରିବେ ପ୍ରଶିକ୍ଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ପୁଅ ( 76 )ଜଣ ଛାତ୍ର ଓ (42)ଜଣ ଛାତ୍ରୀ ଯୋଗ ଦେଇଥିଲେ,ଏନ ଡି ଆର ଏଫ ର ରାଜପାଲ ଗୁଲଜାର(ଏ, ଏସ, ଆଇ) ପଞ୍ଚୁ ନାହାକ, ଆର ଆର ଦାସ, ପଙ୍କଜ ସ୍ୱାୱନ୍ତ, ବାଘ ସିଂ, ଙ୍କ ସହିତ କାକଟପୁର ସମିତି ସଭ୍ୟ ସମରେନ୍ଦ୍ର ଦୀକ୍ଷିତ,ସରପଞ୍ଚ ଅଭୟ କୁମାର ସେଠି, ଧୀରେନ୍ଦ୍ର ଚାନ୍ଦ, ସଭ୍ୟ ପ୍ରଭାତ ଦୀକ୍ଷିତ ,ପ୍ରଧାନ ଶିକ୍ଷକ ପ୍ରତାପ କୁମାର ରାଉତ, ସହକାରୀ ଶିକ୍ଷକ ପୀତବାସ ଦୀକ୍ଷିତ,ଦିଲ୍ଲୀପ କୁମାର ସ୍ୱାଇଁ ଓ ବିଦ୍ୟାଳୟ ର ସମସ୍ତ ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି ଛାତ୍ର,ଛାତ୍ରୀ ମାନଙ୍କୁ ଉତ୍ସlହ ଦେବା ସହିତ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ l
