Odisha news

ସୋମେଶ୍ୱର ସାହିତ୍ୟ ସଂସଦ ପକ୍ଷରୁ ଭଞ୍ଜ ଜୟନ୍ତୀ ପାଳିତ

0

କାକଟପୁର 17/7  ସୋମେଶ୍ୱର ସାହିତ୍ୟ ସଂସଦ ପକ୍ଷରୁ ସୋମେଶ୍ୱର ମନ୍ଦିର ପ୍ରାଙ୍ଗଣରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି l  ଏଥିରେ  ମୁଖ୍ୟ ଅତିଥି ଗାୟକ ବ୍ୟାସ ଲକ୍ଷ୍ମୀଧର ଦାଶ, ମୁଖ୍ୟ ବକ୍ତା ଡ଼ଃ  ରବିନାରାୟଣ ପଣ୍ଡା, ସନ୍ମାନିତ ଅତିଥି – ଗାୟକ ଆନନ୍ଦ ବସନ୍ତ କୁମାର ରାଉତ, କୈଳାଶ ଚନ୍ଦ୍ର ଦାଶ, ସ୍ୱପ୍ନେଶ୍ଵର ସାହୁ ,ପ୍ରଦୀପ ପ୍ରଜ୍ୱଳନ କରି  ଉଦଘାଟନ କରିଥିଲେ,  ଗାୟକ ମଙ୍ଗରାଜ ଅତିଥି ପରିଚୟ ପ୍ରଦାନ କରିଥିଲେ,ମଂଚାସୀନ ଅତିଥି ମାନେ ଭଞ୍ଜ ଜୟନ୍ତୀ ଉପରେ ବିସ୍ତୃତ ଆଲୋଚନା କରି ନିଜ ନିଜର ବକ୍ତବ୍ୟ ପ୍ରଦାନ କରି ସଭାରେ ଥିବା ସ୍ରୋତା ମାନଙ୍କୁ ଉପେନ୍ଦ୍ର ଭଞ୍ଜ ଙ୍କ ଗୁଣାବଳୀ ବଖାଣି ଥିଲେ, ଏହି ବୈଠକ ରେ  ବନବିହାରୀ ଗ୍ରହlଚାର୍ଯ୍ୟ ଅଧକ୍ଷତା କରିଥିଲେ,(50) ଜଣଙ୍କ ଠାରୁ ଅଧିକ କବିତା ପାଠ କରିବା ସହ ମହାଦେବସ୍ତ ଏବଂ କନ୍ଦଳପୁର ରୁ ଆସିଥିବା ମାମାଲି ସ୍ୱାଇଁ, ଶୁଭଲଷ୍ମୀ ମହାନ୍ତି, ଲିପ୍ଶାରାଣୀ ସୁନ୍ଦର ଓଡିଶୀ ନୃତ୍ୟ କରି ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ, ବ୍ୟଙ୍ଗ କବି ସମ୍ପଦ ରଥ, ଦୀପ୍ତି କୁମାରୀ ମହାନ୍ତି, କ୍ଷେତ୍ରବାସିନୀ ତ୍ରିପାଠୀ,ମଞ୍ଜୁଳା ଷଡ଼ଙ୍ଗୀ,ହୃଦାନନ୍ଦ ଶାସମାଲ, ତ୍ରିଲୋଚନ ବିଶ୍ୱାଳ ରହି ସହଯୋଗ କରିବା ସହିତ ଉପେନ୍ଦ୍ର ଭଞ୍ଜ ଙ୍କ ଜୟନ୍ତୀ ତରଫରୁ ଲକ୍ଷ୍ମୀଧର ଦାଶ, ଡାକ୍ତର ରବିନାରାୟଣ ପଣ୍ଡା, ସାମ୍ବାଦିକ ତୁଷାର ରଞ୍ଜନ ଦୀକ୍ଷିତ, ଶିକ୍ଷାବିତ  ପ୍ରମୋଦ କୁମାର ପୃଷ୍ଟି, ଶିକ୍ଷକ ଅମରେଶ୍ୱର କାଣ୍ଡି, ସମାଜସେବୀ  ହରିଶ ଚନ୍ଦ୍ର ମହାନ୍ତି ଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା l

Nalco
Leave A Reply