କାକକଟପୁର : କାକଟପୁର ବ୍ଲକ ଅନ୍ତର୍ଗତ କାକଟପୁର ଗ୍ରାମ ପଂଚାୟତର କାହାଳ ଗ୍ରାମରେ ପେସା ହରାଇ ଦୁର୍ଦିନରେ କାଳ କାଟୁଥିବା ୫୦ଟି ପରିବାରକୁ ସାହାର୍ଯ୍ୟ କରିବା ପାଇଁ ମା କଲରେଇ ଚାରିଟେବୁଲ ଟ୍ରଷ୍ଠ ଜାରି ରଖିଛି । ପୂର୍ବରୁ ଏହି ଟ୍ରଷ୍ଟ ସାମାଜିକ ସେବା ମାଧ୍ୟମରେ ଗରିବ ପିଲାମାନଙ୍କୁ ଶିକ୍ଷା ପାଇଁ ଆର୍ଥୀକ ସହାୟତା ପ୍ରଦାନ କରି ଆସୁଅଛି ।
କରୋନା ମହାମାରିରେ ଟ୍ରଷ୍ଟର ମୁଖ୍ୟ ରଂଜିତ ସ୍ୱାଇଁ ପରାମର୍ଶଦାତା ପଣ୍ଡିତ ଚିତରଂଜନ ମିଶ୍ର, ଟ୍ରଷ୍ଟର ସଦସ୍ୟ ସୁଭ୍ରକାନ୍ତ ଦାଶ, ସୂର୍ଯ୍ୟନାରାୟଣ ସାହୁ, ଅର୍ଜୁନ ବିଶ୍ୱାଳ ଓ ଭୋଳାନାଥ ଜେନା ପ୍ରମୁଖ ଗାଁ ଗାଁ ବୁଲି ରାସନ ସାମଗ୍ରୀ ବଂଟନ ସହ ମାକ୍ସ ଓ ସାନିଟାଇଜର ବଂଟନ କରିଥିଲେ । ଗ୍ରାମର ଲୋକମାନଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ଗାଁ ଗହଳି ସାଧାରଣ ଲୋକଙ୍କ ପାଖରେ କରୋନାକୁ ପ୍ରତିହତ କରିବା ପାଇଁ ସଚେତନତା ସୃଷ୍ଟି କରିବା ସହ ଗାଁ ପରିବେଶକୁ ସଫା ସୁତୁରା ରଖି ବୃକ୍ଷରୋପଣ କରିବାପାଇଁ ପରାମର୍ଶ ଦେଇଥିଲେ ।
