Odisha news

ସରକାରୀ ଜମି ଜବରଦଖଲ ; ତୁରନ୍ତ ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି

0
କାକଟପୁର  25/5   କାକଟପୁରରେ  ଥାନା ଛକ ଡାକଘର ଛକ ଡାକ୍ତରଖାନା ଛକ ବ୍ଲକ ଛକ  ଓ ତହସିଲକାର୍ଯ୍ୟାଳୟ  ଛକ ଠାରେ ଥିବା ରାଜ୍ୟ ସରକାରଙ୍କ ବହୁ ମୁଲ୍ୟ ସରକାରୀ ଜମି ଗୁଡ଼ିକକୁ ପ୍ରତିଦିନ ଅସାମାଜିକ ଯୁବକ ଓ ଲୋକମାନେ ଜବରଦଖଲ  କରି ଦୋକାନ ଗୃହନିର୍ମାଣକରି ମାସିକ ଭଡା ଲାଗଇ ଅର୍ଥଆଦାୟ ଆଦାୟ କରୁଛନ୍ତି।ୟୁକୋ ବ୍ୟାଙ୍କ ଛକରେ ରାସ୍ତା ର ଦୁଇ ପଟରେ ଛେଳି, କୁକୁଡ଼ା କାଟିବା ଫଳରେ ଦୁର୍ଗନ୍ଧ ସହ   ପ୍ରତିଦିନ କାକଟପୁର ପୂର୍ତ୍ତ ବିଭ।ଗ ମୁଖ୍ୟ ରାସ୍ତାଅବରୋଧ ହେଉଛି ଯାହା ଫଳରେ  ଶହଶହ ଗାଡିମୋଟର ଗୁଡିକ  ଦୀର୍ଘସମୟପର୍ଯ୍ୟନ୍ତ ଅଟକି ରହୁଛି ।ଅନ୍ୟପଟେ ରାଜସ୍ୱ ବିଭାଗଅଧିକାରୀ ଓ ପୂର୍ତ୍ତ  ବିଭାଗ ଏସବୁ ଜାଣିନ ଜାଣିବା ପରି ଚୁପ ହୋଇ ରହୁଛି।ଅସାମାଜିକ ଯୁବକମାନେ ବେନିୟମ  ଭାବେ  ରାସ୍ତାର ଉଭୟ  କଡରେ  ଥିବା ସରକାରୀଜମି ଉପରେ ଜବରଦଖଲ କରି ଦୁଇ ତାଲା ଘର ଓ  ଦୋକାନ ଗୃହନିର୍ମାଣ କରୁଥିବାରୁ ଜନସାଧାରଣଙ୍କ ଗମନାଗମନରେ ନ।ନ। ଅସୁବିଧା ହେବା ସଙ୍ଗେସଙ୍ଗେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି ।ଫଳରେ ମୁଖ୍ୟ ରାସ୍ତାଉପରେ ବର୍ଷାପାଣିଜମି ରହୁଥିବାରୁ ଦିନକୁଦିନ ପିଚୁ ଓ  ମେଣ୍ଟ।ଲ ବାହାରି ବଡ଼ବଡ଼ ଗାତ ସୃଷ୍ଟି ହେଉଛି । କାକଟପୁର ମୁଖ୍ୟ ରାସ୍ତାକୁ  ଜବରଦଖଲକାରୀଙ୍କ କବଳରୁ  ଉଛେଦ କର। ଯାଉ ନଥିବା ଯୋଗୁଁ ଟ୍ରାଫିକ ଜାମ ହେବା ସହ ଅଞ୍ଚଳ ବାସୀଙ୍କ  ମଧ୍ୟରେ  ଜନ ଅସନ୍ତୋଷ ଦିନକୁ ଦିନ ବୃଦ୍ଧିପାଉଛି । କାକଟପୁର  ବଜ଼ାରରୁ  ପୂର୍ତ୍ତ ବିଭାଗ  ରାସ୍ତା ସରକାରୀଜମି ଜବରଦଖଲ ଉଛେଦ କରିବାପାଇଁ ପୁରୀ ଜିଲ୍ଲପାଳ ଏ ଦିଗରେ ଦୃଷ୍ଟି ଦେବା ସହ ସ୍ଥାନୀୟ ତହସିଲଦାର ତୁରନ୍ତ ପଦକ୍ଷେପ ନେବାପାଇଁ ରାଜ୍ୟ ଦୁର୍ନୀତି ସଂଘର୍ଷ ମଞ୍ଚ, ସୁରେକ୍ଷା ମଞ୍ଚ, ବରିଷ୍ଠ ନାଗରିକ ମଞ୍ଚ, ବିଶ୍ୱ ହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ସହ  କାକଟପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଅଭୟ କୁମାର ସେଠୀ   ଦୃଢ଼ ଦାବି କରିଛନ୍ତି l
Leave A Reply