କାକକଟପୁର : କାକଟପୁର ବ୍ଳକ ଅନ୍ତର୍ଗତ ୧୬ଗୋଟି ପଂଚାୟତରେ ଚାଲୁଥିବା ମନରେଗା କାର୍ଯ୍ୟରେ ସରପଂଚମାନଙ୍କ ପ୍ରତି ଆନୁଗତ ଥିବା ବ୍ୟକ୍ତିଙ୍କୁ ଜବକାର୍ଡରେ ଉପକୃତ ହେଉଥିବାର ଅଭିଯୋଗ ହେଉଛି । ପୂର୍ବରୁ ବାର୍ଦ୍ଧକ୍ୟ ଭତା ପାଉଥିବା ବୁଢା ବୁଢିମାନଙ୍କୁ ମନରେଗା ମାଧ୍ୟମରେ କାର୍ଯ୍ୟରେ ନିୟୋଜିତ କରାଯାଇ ସଦ୍ୟ କୋଭିଡ୍ ଯୋଗୁଁ କାର୍ଯ୍ୟ ହରାଇ ଗାଁକୁ ଫେରିଥିବା ଯୁବକମାନଙ୍କୁ ଉପକ୍ଷିତ କରାଯାଉଛି । ସରକାର ୬୦ବର୍ଷରୁ ଉଦ୍ଧ୍ୱର୍ ବୁଢା ବୁଢି ମାନଙ୍କୁ କାର୍ଯ୍ୟକରିବାକୁ ସକ୍ଷମ ନୁହଁନ୍ତି ବୋଲି ସେମାନଙ୍କ ଭରଣ ପୋଷଣ ପାଇଁ ମାସିକ ବାର୍ଦ୍ଧକ୍ୟ ଭତା ଯୋଗାଇ ଦେଇଥାନ୍ତି ।
ବର୍ତମାନର ନିର୍ବାଚିତ ପ୍ରତିନିଧିମାନେ ମନରେଗା ନାମରେ ମେସିନ୍ ଦ୍ୱାରା କାର୍ଯ୍ୟକରି ଆଗାମୀ ୨୦୨୨ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଏବେ ଠାରୁ ନିଜ ଦଳ ପ୍ରତି ଆନୁଗତ୍ୟ ପ୍ରକାଶ କରୁଥିବା ବୃଦ୍ଧ କିମ୍ବା ଅର୍କମନ୍ୟ ବ୍ୟକ୍ତି ଙ୍କୁ ସେମାନଙ୍କ ଜବକାର୍ଡ ମାଧ୍ୟମରେ ଆକାଉଟକୁ ପଇସା ଛାଡୁଛନ୍ତି । ଏଭଳି ଜନବିରୋଧି କାର୍ଯ୍ୟକୁ ବିଜେପି ୭ନଂ ମଣ୍ଡଳ ସଭାପତି ଉପେନ୍ଦ୍ର ସୁବୁଦ୍ଧି, ୬ନଂ ସଭାପତି ସରୋଜ କୁମାର ମିଶ୍ର, ୮ନଂ ସଭାପତି ଅଭୟ କୁମାର ରାଉତ ତିବ୍ର ନିନ୍ଦା କରିବା ସହ ପୁରୀ ଜିଲ୍ଲାପାଳ ଓ ୫ଟି ସଚିବ ଦୃଷ୍ଟି ଦେଇ କାକଟପୁର ବ୍ଳକରେ ମନରେଗା କାର୍ଯ୍ୟକ୍ରମରେ ହୋଇଥିବା ଅନିୟମିତତା ଏବଂ ଅଯୋଗ୍ୟ ହିତାଧିକାରୀ କୁ ବାଦ୍ ଦେଇ ବ୍ଳକର ବିଭାଗୀୟ ଅଧିକାରୀଙ୍କ ବିରୁଧରେ ଦୃଷ୍ଟାନ୍ତମୁଳକ ପଦକ୍ଷେପ ଗ୍ରହଣ କରିବେ ବୋଲି ଦାବି କରିଛନ୍ତି । ନହେଲେ ଆଗାମୀ ଦିନରେ ବିଜେପି ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।
