କାକଟପୁର 19/12 ଦିଲ୍ଲୀ ସଂସଦ ରେ ଓଡିଶା ପ୍ରଦେଶ ର ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଙ୍କୁ ଠେଲା ପେଲା ଓ ଆକ୍ରମଣ ପ୍ରତିବାଦ ରେ କାକଟପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରାହୁଳ ଗାନ୍ଧୀ ଙ୍କ କୁଶପୁତ୍ତଳିକା ଦାହ କରାଯାଇଛି l ବିଜେପି ଯୁବ ମୋର୍ଚ୍ଚା ର ଜିଲ୍ଲା ସଂଯୋଜକ ପ୍ରିୟବ୍ରତ ବିଶ୍ୱାଳ ଓ ରାଜ୍ୟ ସଂଯୋଜକ ରଜନୀ ରଞ୍ଜନ ମଲ୍ଲିକ ଙ୍କ ନେତୃତ୍ୱରେ ଯୁବମୋର୍ଚ୍ଚା ର କାର୍ଯ୍ୟକର୍ତ୍ତା ମାନେ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବଜାର ପରୀକ୍ରମା କରି ମୁଖ୍ୟ ବଜାର ରେ ରାହୁଳ ଗାନ୍ଧୀ ଙ୍କ ବିରୁଦ୍ଧରେ ବିଭିନ୍ନ ନାରା ଦେଇ ତାଙ୍କ କୁଶପୁତ୍ତଳିକା ଦାହ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଲଳିତ ରଥ, ଆଦିତ୍ୟ ରାଉତ, ଜ୍ୟୋତି, ରକି, ସୋମୁ, ରମେଶ, ତାରକ, ସୋମୁ, ଜୀବନ, ଚିଣ୍ଟୁ,ପ୍ରକାଶ, ସୁବ୍ରତ ପ୍ରମୁଖ ଶତାଧିକ ସଭ୍ୟ ଯୋଗଦେଇ ଥିଲେ l