Odisha news

ମାଟ୍ରିକ ପରୀକ୍ଷା ରେ ଶ୍ୱେତପଦ୍ମା ରାଜ୍ୟରେ ଷଷ୍ଠ ଓ ସତ୍ୟମ କାକଟପୁର ବ୍ଲକରେ ଦ୍ୱିତୀୟ,ପ୍ରଧାନ ଶିକ୍ଷୟତ୍ରୀ କଲେ ସମ୍ବର୍ଦ୍ଧନା 

0
କାକଟପୁର 28/5 କାକଟପୁର ବ୍ଲକ ଅନ୍ତର୍ଗତ ମହାଦେବବସ୍ତ ଗ୍ରାମର ତ୍ରିଲୋଚନେଶ୍ଵର ବିଦ୍ୟାପୀଠ ର ଦଶମ ଶ୍ରେଣୀ ଛାତ୍ରୀ ଶ୍ୱେତପଦ୍ମା ତ୍ରିପାଠୀ ମାଟ୍ରିକ ପରୀକ୍ଷାରେ (575) ନମ୍ବର ରଖି ସାରା ରାଜ୍ୟରେ ଷଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ, ସତ୍ୟମ ଶୁଭଦର୍ଶି ସାହୁ (561) ନମ୍ବର ରଖି କାକଟପୁର ବ୍ଲକରେ ଦ୍ୱିତୀୟ ସ୍ଥାନ ଅଧିକାର  କରି ପୁରୀ ଶିକ୍ଷା ମଣ୍ଡଳ ତଥା କାକଟପୁର ବ୍ଲକରେ ଗୌରବ ଆଣି ପାରିଛନ୍ତି l ତ୍ରିଲୋଚନେଶ୍ଵର ବିଦ୍ୟାପୀଠ ରେ ଚଳିତ ଶିକ୍ଷାବର୍ଷ ମାଟ୍ରିକ ପରୀକ୍ଷା ରେ (73) ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଶତ ପ୍ରତିଶତ ଫଳ ହାସଲ କରିଛନ୍ତି l ଇତି ମଧ୍ୟରେ (A1-2) (A2-10) (B1-4)(B2-13) ସଫଳତାର ସହ କୃତିତ୍ୱ ଅର୍ଜନ କରିଛନ୍ତି l ବିଦ୍ୟାପୀଠ ର ପ୍ରଧାନ ଶିକ୍ଷୟତ୍ରୀ ଜୟଶ୍ରୀ ଜେନା ଓ ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ବନବିହାରୀ ଗ୍ରହାଚାର୍ଯ୍ୟ ଶ୍ୱେତପଦ୍ମା ତ୍ରିପାଠୀ  ଓ ସତ୍ୟମ ପ୍ରିୟଦର୍ଶୀ ସାହୁଙ୍କ    ବାସଭବନ ଦହିଖିଆ ଓ ଶ୍ରୀରାମପୁର ଗ୍ରାମକୁ ଯାଇ ଦୁଇ କୃତି ପ୍ରତିଯୋଗୀ ଙ୍କୁ ପୁଷ୍ପ ଗୁଚ୍ଛ ଓ ମିଷ୍ଠାନ୍ନ ପ୍ରଦାନ କରି ଆଶୀର୍ବାଦ କରିଥିଲେ l ବିଦ୍ୟାପୀଠ ର ସମସ୍ତ ଗୁରୁଜୀ ଗୁରୁମା ଓ ମହାଦେବବସ୍ତ ଗ୍ରାମବାସୀ ମାନେ ଦୁଇ କୃତ୍ତି ପ୍ରତିଯୋଗୀ ଙ୍କ ଉତ୍ତୋରତ୍ତର କାମନା କରିଥିଲେ l
Ad2
Leave A Reply