Odisha news

 ୩୭ ଲିଟର ମଦ ଜବତ, ୩ ଗିରଫ

0
କାକଟପୁର  12/5, କାକଟପୁର ଥାନା ପୋଲିସ ପକ୍ଷରୁ ଥାନା ଅଧିନସ୍ଥ କୁଣ୍ଢେଇ,ଫକୀରସାହି ଓ ସୁହାଗପୁର ଅଞ୍ଚଳର ବିଭିନ୍ନ ସ୍ଥାନ ରେ ଚଢ଼ାଉ କରାଯାଇ ୩୭ ଲିଟର ଦେଶୀ ମଦ ଜବତ କରାଯିବା ସହିତ ୩ ଜଣ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l  ବିଳମ୍ବିତ ରାତିରେ କାକଟପୁର ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ନିର୍ଦ୍ଧେଶ ରେ  ଏସ ଆଇ ପ୍ରମୋଦ କୁମାର ସେଠୀ, କମାଣ୍ଡର ହୃଦାନନ୍ଦ ମିଶ୍ର  ଏକ ଟିମ ସହ ଉକ୍ତ ଅଞ୍ଚଳ ରେ ଚଢ଼ାଉ କରି  ବୋଦଳା ଗ୍ରାମର ଈଶ୍ୱର କାଣ୍ଡି ଙ୍କ ପୁଅ ଭରତ କାଣ୍ଡି (34), ଫକୀରସାହିର ଗ୍ରାମର କରୁଣାକର ସାହୁଙ୍କ ପୁଅ ପ୍ରଫୁଲ୍ଲ ସାହୁ ଓରଫ ପାଗଲ (55) ଏବଂ ନରେନ୍ଦ୍ରପୁର ଗ୍ରାମର ଦୁର୍ଯ୍ୟୋଧନ ସେଠୀଙ୍କ ପୁଅ ଅଜୟ ସେଠୀ ଓରଫ ସୁକା (32 ) ଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ମୋଟ ୩୭ ଲିଟର ଚୋରା ମଦ ଜବତ କରିବା  ସହିତ ଅବକାରୀ ଆଇନରେ କେଶ ନମ୍ବର 109/24,110/24,111/24 ରେ ପୃଥକ ପୃଥକ ଭାବେ ୩ ଟି ମାମଲା ରୁଜୁ କରାଯାଇ ତିନି ଜଣକୁ କୋର୍ଟ ଚାଲାଣ କରାଯାଇଛି l
Ad2
Leave A Reply