Odisha news

14 ରୁ ଆରମ୍ଭ ରାଜ୍ୟସ୍ତରୀୟ ଜେସିସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ନାଇଟ ଧମାକା       

0
କାକଟପୁର ତା ୧୨/୧,କାକଟପୁରସ୍ଥିତ ଖାନପୁର କ୍ରିକେଟ ଗ୍ରାଉଣ୍ଡରେ ଜଲାଉଦ୍ଦିନ କ୍ରିକେଟ କ୍ଲବ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଜେସିସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆସନ୍ତା 14 ତାରିଖରୁ ଆରମ୍ଭ ହେବାକୁ ଯାଉଅଛି l ଉକ୍ତ ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଗୋଟି ଟିମ ଖେଳିବା ସହିତ ପ୍ରତ୍ୟେକ ମ୍ୟାଚ ଦଶ ଓଭର ବିଶିଷ୍ଟ ମ୍ୟାଚ ହେବାକୁ ଥିବାବେଳେ ଚମ୍ପିୟାନ ଦଳକୁ 55000 ହଜାର ଟଙ୍କା ସହିତ ଟ୍ରଫି ଏବଂ ରନର୍ସ ଦଳକୁ 35000 ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯିବବୋଲି ଆୟୋଜକ କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି l ଉକ୍ତ ମ୍ୟାଚ କୁ ଓସିଏ ପ୍ୟାନେଲ ଅମ୍ପେୟାର ନିର୍ମଳ କୁମାର ମିଶ୍ର, ଅୟେସକାନ୍ତ ମିଶ୍ର୍, ଦେବେନ୍ଦ୍ର ମିଶ୍ର ଓ ପ୍ରମୋଦ ସିହ୍ନା ପରିଚାଳନା କରିବେ ବୋଲି ଆୟୋଜକ କ୍ଲବର ସଭାପତି ମୁନସାଫ ଖାନ ପ୍ରକାଶ କରିଛନ୍ତି l ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର ବେଷ୍ଟ ବ୍ୟାଟ୍ସମ୍ୟାନ, ବେଷ୍ଟ ବୋଲର, ବେଷ୍ଟ ଫିଲଡର, ବେଷ୍ଟ କିପର, ମ୍ୟାନ ଅଫ ଦ ମ୍ୟାଚ ଓ ମ୍ୟାନ ଅଫ ଦ ସିରିଜ ପାଇଁ ସ୍ୱତନ୍ତ୍ର ଅର୍ଥରାଶି ସହିତ ଟ୍ରଫି ପ୍ରଦାନ କରାଯିବା ପାଇଁ ସ୍ଥିର କରାଯାଇଛି l ଏହି ରାତ୍ରକାଳୀନ ମ୍ୟାଚ ଉଜ୍ଜଳ ଆଲୋକରେ ଖେଳାଯିବା ସହିତ ଓସିସି ନିୟମ ଅନୁଯାୟୀ ଖେଳକୁ ପରିଚାଳନା କରାଯିବ ବୋଲି ଇଭେଣ୍ଟ ହେଡ଼ ଇଜାଜ ଅହମ୍ମଦ ସମ୍ପାଦକ ରିହାନ ଅଲ୍ଲୀ ଖାନ ଓ ପିଚ କ୍ୟୁରେଟର ଧୀରେନ୍ଦ୍ର ଚାନ୍ଦ ପ୍ରକାଶ କରିଛନ୍ତି l ଉକ୍ତ ମ୍ୟାଚକୁ ଯୁସୁଫ ଅଲ୍ଲୀ ଖାନ, ଶେର ଖାନ, ମୋଜାହିଦ ଖାନ, ବସର ଅଲ୍ଲୀ ଖାନ,ଅତିକ ଖାନ, ସୋହିନ ଖାନ, ଅମଜାଦ ଖାନ, କଲାମ ଖାନ ପ୍ରମୁଖ ସଂଯୋଜନା କରିବାକୁ ଥିବାବେଳେ କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ଏହି ମ୍ୟାଚ ଖୁବ ଆଦୃତ ହୋଇପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l

Leave A Reply