Odisha news

ମଙ୍ଗଳା ମନ୍ଦିରରେ ମା ଙ୍କୁ ଲାଗି ହେଲା ସ୍ୱାଦିଷ୍ଟ ମକର ଚାଉଳ       

0
କାକଟପୁର ତା ୧୫/୧, ପୁରୀଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିରରେ  ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଯାଇଛି l ଅପରାହ୍ନରେ ମା ଙ୍କ ମନ୍ଦିର ଖୋଲିବା ପରଠୁ ଏକ ସୁସଜ୍ଜିତ ଥାଳିରେ କୁସୁମରେ ନିର୍ମିତ ମକର ଚୁଡାକୁ ପୂଜାପଣ୍ଡା ସେବକ ଘଣ୍ଟ ମାର୍ଦଳ, ଛତ୍ରୀ ଓ ଚାମର ଆଦି ପଟୁଆରରେ ମନ୍ଦିର ଭିତରୁ ବାହାର କାରାଯାଇ ୩ ଘେରା ବେଢା ପରିକ୍ରମା କରାଯାଇଥିଲା l ପରେ ମା ଙ୍କ ମନ୍ଦିରରେ ଏକ ସ୍ୱତନ୍ତ୍ର ମକର ଚାଉଳ ଭୋଗନୀତି ଅନୁଷ୍ଠିତ ହୋଇଥିଲା l ଅରୁଆ ଚାଉଳ, ଛେନା, କଦଳୀ, କ୍ଷୀର, ଚିନି ଓ ନଡ଼ିଆ ରେ ପ୍ରସ୍ତୁତ ସୁସ୍ୱାଦୁ ମକର ଚାଉଳ ମା ଙ୍କୁ ଲାଗି କରାଯାଇଥିଲା l ଭକ୍ତ ଓ ମନ୍ଦିର ସେବାୟତଙ୍କ ପ୍ରତି ପରିବାର ପକ୍ଷରୁ ମକର ଚାଉଳ ପ୍ରସ୍ତୁତ କାରାଯାଇ ମାଙ୍କୁ ଲାଗି କରାଯିବାର ଏକ ପରମ୍ପରା ରହିଆସିଛି l

Leave A Reply