କାକଟପୁର 12/1 ମୃତ୍ୟୁ କେତେବେଳେ ଆସେ କିପରି ଆସେ କେହି କହିପାରିବେନି l ଏହିପରି ଏକ ଘଟଣା ଘଟିଛି କାକଟପୁର ଥାନା ଅନ୍ତର୍ଗତ ଖଣ୍ଡାସାହି ଗ୍ରାମରେ l ଖଣ୍ଡାସାହି ଗ୍ରାମର ପ୍ରମୋଦ ସ୍ୱାଇଁ (59) ଗତ କିଛି ଦିନତଳେ କୀଡୀନ ଜନିତ ରୋଗରେ କଟକ ବଡ଼ ମେଡିକାଲ ରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ମଙ୍ଗଳବାର ଦିନ ହୃଦଘାତ ରେ ପରଲୋକ ହୋଇଯାଇଥିଲା l ପୁଅ ର ଏପରି ଅକାଳ ମୃତ୍ୟୁ ଖବର ଶୁଣି ମା ନିଶାମଣୀ (82)ଙ୍କର ପୁଅକୁ ଝୁରି ଝୁରି ଶନିବାର ଦିନ ବ୍ରେନ ଷ୍ଟ୍ରୋକ ରେ ପରଲୋକ ହୋଇଯାଇଛି l ଏଭଳି ଏକ ଦୁଃଖଦ ଖବର କାକଟପୁର ଅସ୍ତରଙ୍ଗ ଓ ଖଣ୍ଡାସାହି ନଇଗୁଆଁ
ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ନିଶାମଣୀ ଙ୍କର ଅନ୍ତିମ ସଂସ୍କାର ଗ୍ରାମ ସ୍ମସାନ ରେ ହୋଇଥିଲା l ପୁତ୍ର ଧ୍ରୁବଚରଣ ମୁଖାଗ୍ନି ଦେଇଥିଲେ , ନାତି ସୌମ୍ୟ, ପ୍ରତ୍ୟୁଷ, ଗୁରକୃଷ୍ଣ, ନାତୁଣୀ ପୂର୍ଣ୍ଣିମା, ଝିଅ, ଜ୍ୱାଇଁ, ପରିବାର ବନ୍ଧୁବର୍ଗ ଗ୍ରାମବାସୀ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ l
