କାକଟପୁର ,୧୨/୧୨- ବଙ୍କୁରୀ ଗ୍ରାମ ମା ନାରାୟଣୀ ପାଲା ଅନୁଷ୍ଠାନ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅବସର ରେ ଅଖଣ୍ଡ ପୁରୀଜିଲ୍ଲା ଉପଶାଖା ” ଅର୍କମଣ୍ଡଳ ପାଲା ଗାୟକ ପରିଷଦ”ର ୩୩ତମ ପାଲା ଗାୟକ ସମିଳନୀ ଅନୁଷ୍ଠିତ ହେଇଯାଇଛି, ପାଲା ହେଉଛି ସନାତନ ଧର୍ମ ର ଏକ ଧାର୍ମିକ ଅନୁଷ୍ଠାନ, ଗାୟକ ମାନେ ବିଭିନ୍ନ ଧର୍ମୀୟ ଉପାଖ୍ୟାନ କୁ ପାଲା ମଞ୍ଚ ରେ ଉପସ୍ଥାପନ କରିଥାନ୍ତି, ଏଥିରେ ସାମାଜିକ, ଶାରୀରିକ, ବୌଦ୍ଧିକ, ଆଦି ଭୌତିକ, ଆର୍ଥିକ,ସୁସ୍ଥ ସମାଜ ଗଠନ ର ଅନେକ ଶିକ୍ଷା ରହିଛି, ଏହା ବହୁତ ପୁରାତନ ଯୁଗରୁ ଆରମ୍ଭ ହେଇଛି, ଆମ ସନାତନ ଧର୍ମ ର ସର୍ବୋଚ୍ଚ ଦେବତା ପ୍ରଭୁ ସତ୍ୟ ନାରାୟଣ ଙ୍କ ଅନୁଷ୍ଠାନ କରାଯାଏ, ସେଥିପାଇଁ ଅନେକ ସାଧୁ ସନ୍ଥ ମାନେ ପାଲା କୁ ଏକ ଗଣଶିକ୍ଷା ର ରୂପ ଦେଇଛନ୍ତି, ଭାଗବତ, ଗୀତା, ରାମାୟଣ, ମହାଭାରତ, ଅଷ୍ଟାଦଶ ପୁରାଣ, ନୀତି ଶାସ୍ତ୍ର, ପୌରାଣିକ ତଥ୍ୟ ର ସମିଳିତ ଜ୍ଞାନ ପାଲା ମାଧ୍ୟମ ରେ ଶୁଣିବାକୁ ମିଳେ, ଏହି ପାଲା ଗାୟକ ମାନଙ୍କୁ ନେଇକି ବଙ୍କୁରୀ ଗ୍ରାମ ରେ ଚଳିତ ବର୍ଷ ଉତ୍ସବ ମୁଖର ହୋଇଥିଲା l ପୁରୀ ଜିଲ୍ଲା ଅଖଣ୍ଡ ପାଲା ଗାୟକ ପରିଷଦ ର ସଭାପତି ଗାୟକ ବ୍ୟାସ ଉତ୍କଳ ଶିରୋମଣୀ ଲଷ୍ମୀଧର ଦାସ ପତାକା ଉତ୍ତୋଳନ ପୂର୍ବକ ପ୍ରଦୀପ ଉଜ୍ୱଳନ କରି ଉଦ୍ଘାଟନ କରିଥିଲେ,ଉତ୍ସବ ରେ ଗାୟକ ବାଚସ୍ପତି ପଣ୍ଡିତ ବନବିହାରୀ ଗ୍ରହାଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ l କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପାର୍ଥନା ଟିଭି ବାଦୀପାଲା ସମୀକ୍ଷକ ପଦ୍ମନାଭ ତ୍ରିପାଠୀ, ଅନ୍ୟ ସମ୍ମାନିତ ଅତିଥି ଭାବେ କଟକ ଏସସିବି ମେଡିକାଲ କଲେଜ ର ସ୍ନାୟୁ ବିଭାଗ ସହକାରୀ ଅଧ୍ୟାପକ ଡ଼ଃ. ରବି ନାରାୟଣ ପଣ୍ଡା,ରାଜ୍ୟ ପାଲା ଗାୟକ ସଙ୍ଘ ର ସାଧାରଣ ସମ୍ପାଦକ ବସନ୍ତ ରାଉତ, ନାଲକୋ ଉପାଧ୍ୟକ୍ଷ ବିଜୟ ମଲ୍ଲିକ,ଟ୍ରଷ୍ଟ ଅଧ୍ୟକ୍ଷ ପ୍ରଫୁଲ କୁମାର ରାଉତ,ଗାୟକ ଲଳିତ ଉପେନ୍ଦ୍ର ବେହେରା, ଲକ୍ଷ୍ମୀଧର ଦାଶ,ଗାୟକ ସନ୍ତୋଷ କୁମାର ପଟ୍ଟନାୟକ,ଗାୟକ ଅତିବଡ଼ି ମଙ୍ଗରାଜ ବିଶ୍ୱାଳ ନିଜସ୍ୱ ମତ ବ୍ୟକ୍ତ କରିଥିଲେ l ଅଭ୍ୟର୍ଥନା କମିଟି ସଭାପତି ବୁଦ୍ଧେଶ୍ୱର ସାହୁ, ଜିଲ୍ଲା ପାଲା ସଙ୍ଘ ସମ୍ପାଦକ ପ୍ରମୋଦ କୁମାର ସାହୁ, ପ୍ରମୁଖ ଉପସ୍ଥିତ ରହି, ସମାଜ ପାଇଁ ପାଲା ର ଆବଶ୍ୟକ ଓ ପାଲା ମାଧ୍ୟମ ରେ ଜୀବନ ରେ ଭୌତିକ ପରିବର୍ତ୍ତନ, ସୁସ୍ଥ ସାମାଜିକ ଜୀବନ ଯାପନ କିପରି ସମ୍ଭବ ତାହା ଉପରେ ସମ୍ୟକ ଜ୍ଞାନ ସମଳିତ ବାର୍ତ୍ତା ବାଣ୍ଟି ଥିଲେ,ପରେ ପୁରୀଜିଲ୍ଲା ର ନଅଟି ମଣ୍ଡଳ ର ସଭାପତି ଓ ସମ୍ପାଦକ ଙ୍କୁ ସମ୍ବର୍ଦ୍ଧନା କରିବା ସହ ଅର୍କମଣ୍ଡଳ ର ସମସ୍ତ ପାଲାକାର ଙ୍କୁ ମାନପତ୍ର ଉତ୍ତରୀୟ ପ୍ରଦାନ କରାଯାଇ ଥିଲା l ସମାଜ ପାଇଁ ନିଜ ର ଗୁରୁତ୍ୱପୂର୍ଣ୍ଣ ସମୟ ଦେଇ ସାମାଜିକ ପରିବର୍ତ୍ତନ ରେ ନିଜକୁ ସାମିଲ କରିଥିବା ଅସ୍ତରଙ୍ଗ କାକଟପୁର ଅଞ୍ଚଳ ବରିଷ୍ଠ ସାମ୍ବାଦିକ ନିରଞ୍ଜନ ଦାସ, ପ୍ରଶାନ୍ତ ଜେନା, ଲୋକନାଥ ସ୍ୱାଇଁ, ଆର୍ଯ୍ୟ ବିଶ୍ୱାଳ, ବୃନ୍ଦାବନ ବିଶ୍ୱାଳ, ଆର୍ତ୍ତତ୍ରାଣ ମହାନ୍ତି ଙ୍କୁ ମଞ୍ଚ ଉପରେ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ,ଗାୟକ ସ୍ଥିତ ପ୍ରଜ୍ଞ ଅଜୟ କୁମାର ଦୀକ୍ଷିତ ମଙ୍ଗଳା ଚରଣ ପାଠ କରିବା ସହିତ ଗାୟକ ବ୍ୟାସ ଲକ୍ଷ୍ମୀଧର ଦାଶ, ଗାୟକ ଆନନ୍ଦ ବସନ୍ତ କୁମାର ରାଉତ, ଗାୟିକା ସଂଘମିତ୍ରା ବରାଳ ଓ ସାଥିମାନଙ୍କ ଦ୍ଵାରା ପାଲା ପରିବେଷଣ କରାଯାଇଥିଲା l ଏହି ଉତ୍ସବ ରେ ବଙ୍କୁରୀ ଗ୍ରାମ ତଥା ଆଖ ପାଖର କଳାକାର ପ୍ରେମୀ ବୃଦ୍ଧିଜୀବୀ ଉପସ୍ଥିତ ହୋଇ ରାତ୍ର ପର୍ଯ୍ୟନ୍ତ ପାଲା ଶ୍ରବଣ ଓ ମହାପ୍ରସାଦ ସେବନ କରିଥିଲେ l ସର୍ବୋପରି ପ୍ରାଚୀ ଗୁରୁଧର୍ମ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ ଦାସ, ବାବାଜୀ ଦାମଦୋର ଦାସ ଆର୍ଶୀ ବଚନ ପ୍ରଦାନ କରି ବିଶ୍ୱର କଲ୍ୟାଣ କାମନା କରିବା ସହିତ ବଙ୍କୁରୀ ଗ୍ରାମ ବାସୀଙ୍କୁ ସାଧୁବାଦ ଜଣାଇଥିଲେ l