Odisha news

କୁଣ୍ଢେଇ  ପଞ୍ଚାୟତ ରେ କମ ବୟସରେ  ବାର୍ଦ୍ଧକ୍ୟ ଭର୍ତ୍ତା ପାଇଁ ସୁପାରିଶ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ 

0
 କାକଟପୁର 24/9  ପୁରୀ ଜିଲ୍ଲା  କାକଟପୁର ବ୍ଲକ ଅଧିନସ୍ଥ କୁଣ୍ଢେଇ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି I  ସରକାରଙ୍କର ମାଳ ମାଳ ଯୋଜନା ଭିତରେ  ଗରିବ ଲୋକଟି ପରିଣତ ବୟସରେ ନିଜର ଗୁଜୁରାଣ ମେଣ୍ଟେଈବା ପାଇଁ ମଧୁବାବୁ ପେନସନ ଅନ୍ୟତମ  I ସରକାରୀ ନିୟମ ଅନୁଯାଇ ଗୋଟେ ବ୍ୟକ୍ତି ର ବୟସ ୬୦ ରୁ ଉର୍ଦ୍ଧ ହେଲେ   ଭର୍ତ୍ତା ପାଇବା ପାଇଁ  ଯୋଗ୍ୟ ବିବେଚିତ,  କିନ୍ତୁ  ଆଶ୍ଚଯ୍ୟ ର ଘଟଣା  କୁଣ୍ଢେଇ ପଞ୍ଚାୟତର ପାଟପୁର, ସାଡେଙ୍ଗା ଗ୍ରାମର (70) ରୁ ଉର୍ଦ୍ଧ ମହିଳା ଓ ପୁରୁଷ (42)ରୁ (55) ବର୍ଷ  ହୋଇଥିବା ବେଳେ ଚଞ୍ଚକତା କରି  ବାର୍ଦ୍ଧକ୍ୟ ଭର୍ତ୍ତା ପାଇବାପାଇଁ ହକଦାର ହୋଇଛନ୍ତି l ଏ ଘଟଣା  ସାରା କାକଟପୁର  ଅଂଚଳରେ  ଚାଂଚଲ୍ୟ ସୃଷ୍ଟି କରିଛି I ବାର୍ଦ୍ଧକ୍ୟ ଭର୍ତ୍ତା ଲୋକ ପ୍ରତିନିଧି ନିୟମ ଅନୁଯାୟୀ  ଭୋଟର ତାଲିକା ପ୍ରସ୍ତୁତ କରିବା ବୁଥ ସ୍ତରୀୟ ଅଫିସର ( BLO ) ଙ୍କ  ଭୂମିକା ଗୁରୁତ୍ତ୍ୱପୂର୍ଣ, କିନ୍ତୁ  କିଛି କୁଚକ୍ରୀ କୁଜିନେତା ଙ୍କ ସହାୟତା ଏଭଳି ବ୍ୟନିୟମ କାର୍ଯ୍ୟ କରିଥିବା କୁଣ୍ଢେଇ ବିକାଶ ମଞ୍ଚ ସଭାପତି ଆଇନି ଜୀବି ପ୍ରଫୁଲ୍ଲ ନାୟକ ଓ ସମ୍ପାଦକ କ୍ଷେତ୍ରମୋହନ ସାହୁ ଓ ପଞ୍ଚାୟତ ର ବୃଦ୍ଧିଜୀବୀ ଏ ବିଷୟରେ  ପୁରୀ ଜିଲ୍ଲାପାଳ,ନିର୍ବାଚନ ଅଧିକାରୀ ପୁରୀ,ବ୍ଲକ ଅଧ୍ୟକ୍ଷ କାକଟପୁର, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ନିକଟରେ ଲିଖିତ ଅଭିଯୋଗ କରିଛନ୍ତି I ଏହି କାର୍ଯ୍ୟର ଚେର ପଞ୍ଚାୟତରୁ  ବ୍ଲକ ପ୍ରଶାସନ ପଯ୍ୟନ୍ତ ଲମ୍ବିଛି ତାହାର ନମୁନା ଆଜି କୁଣ୍ଢେଇ ପଞ୍ଚାୟତରେ ଦେଖିବା ପାଇଁ ମିଳିଛି l   ଏହି ସଂକ୍ରାନ୍ତରେ ବିଡ଼ିଓ ଙ୍କୁ ପଚାରିବାରେ ସେ କହିଥିଲେ କମ ବୟସର ବ୍ୟକ୍ତି ମାନଙ୍କୁ ଭର୍ତ୍ତା ଦିଆଯାଇନାହିଁ l ଅଭିଯୋଗ ପାଇବା ପରେ ଘଟଣା ର ତଦନ୍ତ ଚାଲିଛି l ଚଞ୍ଚକତା କରିଥିବା ବ୍ୟକ୍ତି ଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନିଆଯିବ, ଏବଂ ବ୍ଲକ ଅଧ୍ୟକ୍ଷ ଏହି ଘଟଣା କୁ ନିନ୍ଦା କରିବା ସହ ତୁରନ୍ତ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାପାଇଁ ପୁରୀ ଜିଲ୍ଲାପାଳ ଙ୍କ ନିକଟରେ ଦାବି କରିଛନ୍ତି  I

Leave A Reply