Odisha news

ବାର୍ଷିକ ଅଧିବେଶନ ପାଇଁ କଳିଙ୍ଗ କାଚରା ଜାତି ମହାସଭାର ପ୍ରସ୍ତୁତି ବୈଠକ

0

କାକଟପୁର 16/7  ପୁରୀ ବଳଗଣ୍ଡି ସାହି ଠାରେ ଥିବା ମହାସଭାର ସ୍ଥାୟୀ ଗୃହ ପରିସରରେ ସୋମନାଥ ନନ୍ଦୀଙ୍କ ସଭାପତିତ୍ବ ବାର୍ଷିକ ଅଧିବେଶନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଅଗଷ୍ଟ ମାସ 30 ତାରିଖ ବୁଧବାର, 31 ତାରିଖ ଗୁରୁବାର ଓ ସେପ୍ଟେମ୍ବର ମାସ 1 ତାରିଖ ଶୁକ୍ରବାର ଏହି ତିନି ଦିନ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହେବା ପାଇଁ ଦିନ  ସ୍ଥିରକରାଯାଇଛି। ଜାତିମହାସଭାର କାର୍ଯ୍ୟକାରୀ ସଭାପତି ସୋମନାଥ ନନ୍ଦୀ,ସମ୍ପାଦକ ଗଗନବିହାରୀ ନନ୍ଦୀ, ଯୁଗ୍ମ ସମ୍ପାଦକ ଦୋଳଗୋବିନ୍ଦ ନନ୍ଦୀ, ସଭ୍ୟ ବାନାମ୍ବର ମାଣିକ, ଦୁର୍ଯ୍ୟୋଧନ ପାତ୍ର, କ୍ଷେତ୍ରବାସ ପ୍ରଧାନ, ଦିବ୍ୟସିଂହ ସାହୁ, ବିଜୟ ବେହେରା, ବଂଶୀଧର ନନ୍ଦୀ, ଜୟକୃଷ୍ଣ ପାତ୍ର , ଜଗତସିଂହପୁର ଜିଲ୍ଲା ହାଜିପୁର ଗ୍ରାମର ବାନ୍ଧବ ପ୍ରଭାତ କୁମାର ନନ୍ଦୀ, ସୁରେଶ ଚନ୍ଦ୍ର ବେହେରାଙ୍କ ସମେତ ବହୁ ସଭ୍ୟ ଯୋଗଦେଇଥିଲେ। ବାର୍ଷିକ ଅଧିବେଶନରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ସ୍ବଜାତିୟ ବାନ୍ଧବମାନେ ବହୁ ସଂଖ୍ୟାରେ ଯୋଗ ଦେବାକୁ ସମ୍ପାଦକ ଶ୍ରୀ ନନ୍ଦୀ  ଅନୁରୋଧ କରିଛନ୍ତି।

IEC 2 years
Leave A Reply