Odisha news

ଶିକ୍ଷୟିତ୍ରୀ ସେବତୀ ଦେବୀଙ୍କ ବିୟୋଗ

0

କାକଟପୁର- 3/7  କାକଟପୁର ସରକାରୀ  ବାଳିକା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସର ପ୍ରାପ୍ତ  ଶିକ୍ଷୟତ୍ରୀ, ତଥା ଶିକ୍ଷାବିତ ଅଭିମନ୍ୟୁ ଦାଶ ଙ୍କର ଧର୍ମ ପତ୍ନୀ ଓ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତ ଅର୍ଜୁନ ଦାଶଙ୍କ ବଡ ବୋହୁ ସେବତୀ ଦେବୀ(୭୫)ଙ୍କ କଟକସ୍ଥିତ ନିଜ ବାସଭବନରେ ଇହଲିଳା ସମ୍ବରଣ ହୋଇଯାଇଛି।ସେ ଜଣେ ଧର୍ମପରାୟଣା, ଛାତ୍ରୀବତ୍ସଳା ଓ ପରୋପକାରିଣୀ ମହିଳା ଥିଲେ।ତାଙ୍କର ଆବର୍ତ୍ତନରେ ତାଙ୍କ ଦ୍ଵାରା କାକଟପୁର ଅଞ୍ଚଳରେ ଶିକ୍ଷାପ୍ରାପ୍ତ କରିଥିବା ଶିକ୍ଷାର୍ଥୀ, ସହକର୍ମୀ,ଓ କାକଟପୁର ଅଞ୍ଚଳରେ ଶୋକରଛାୟାଖେଳିଯାଇଛି।ପୂର୍ବତନ ବ୍ଳକ ଶିକ୍ଷାଧିକାରୀ, ମନ୍ଦରଧର ମହାନ୍ତି, ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରଭାତ କୁମାର ତରାଇଙ୍କ ସାମ୍ବାଦିକ କ୍ଷେତ୍ରମୋହନ ଦାଶ ସମେତ ବହୁ ପ୍ରତିଷ୍ଠିତ ବ୍ୟକ୍ତି ମାନେ ଶୋକ ବ୍ୟକ୍ତ କରିବା ସଙ୍ଗେସଙ୍ଗେ ଅମର ଆତ୍ମାର ସଦଗତୀ ପାଇଁ ପରମ ବୈଷ୍ଣବୀ ମା ମଙ୍ଗଳାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Nalco
Leave A Reply