Odisha news

ରଥଯାତ୍ରାରେ ସେବାୟତଙ୍କ ସାମ୍ବାଦିକଙ୍କୁ ମାଡ ଘଟଣା, ପୁରୀଜିଲ୍ଲା ପେଷାଦାର ସାମ୍ବାଦିକ ସଙ୍ଘ ପକ୍ଷରୁ ନିନ୍ଦା

0
କାକଟପୁର ତା ୨୧/୬,ଦିନକୁ ଦିନ ସାମ୍ବାଦିକ ମାନଙ୍କ ଉପରେ ବଢି ଚାଲିଛି ଆକ୍ରମଣ । ପବିତ୍ର ରଥଯାତ୍ରା ଦିନ ପୁରୀଜିଲ୍ଲାର ୨ ବରିଷ୍ଠ ସାମ୍ବାଦିକଙ୍କୁ ସେବାୟତଙ୍କ ମାଡ ମାରିବା ଘଟଣା ଓଡ଼ିଶାରେ ଏକ ନିନ୍ଦନୀୟ ଘଟଣା ପାଲଟିଛି । ସାମ୍ବାଦିକଟିଏ ଏଠି ସୁରକ୍ଷିତ ନୁହଁ ବୋଲି ସ୍ପଷ୍ଟ ପ୍ରମାଣିତ ହୋଇଛି । ପୁରୀଜିଲ୍ଲାର ଜଣେ ବୈଦୁତ୍ୟୁକ ଗଣମାଧ୍ୟମର ସାମ୍ବାଦିକ ଚିତ୍ତରଞ୍ଜନ ମହାନ୍ତି ଏବଂ ତାଙ୍କର ସହଯୋଗୀଙ୍କୁ ପୁରୀର ୨ ସେବାୟତଙ୍କ ମାଡ ମାରିବା ଭଳି ଅମାନବୀୟ ଘଟଣାକୁ ନେଇ ପୁରୀଜିଲ୍ଲା ପେଷାଦାର ସାମ୍ବାଦିକ ସଙ୍ଘ ଦୃଢ଼ ନିନ୍ଦା କରିବା ସହ ପ୍ରତିବାଦ ଜଣାଇଛି ।ବୁଧବାର ଅପରାହ୍ନରେ ପୁରୀଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ(ଉତ୍କଳ ସାମ୍ବାଦିକ ସଙ୍ଘ, ଓଡିଶା ଅନୁବନ୍ଧିତ)ର
ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଉକ୍ତ ଘଟଣାରେ ସାମ୍ବାଦିକଙ୍କୁ ମାଡ ଘଟଣାକୁ ନେଇ ସଂଘର ସଦସ୍ୟମାନେ ଉଦବେଗ ପ୍ରକାଶ କରିବା ସହିତ ତୁରନ୍ତ ରାଜ୍ୟ ସରକାର ଏହି ମାମଲାରେ ହସ୍ତକ୍ଷେପ କରି ସେବାୟତ ଦ୍ବୟ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ।ଯଦି ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଅ ନ ଯାଏ ଆଗାମୀ ଦିନରେ ଏହା ଆନ୍ଦୋଳନରେ ରୂପାନ୍ତରିତ ହେବ ବୋଲି ସଂଘ ଚେତାବନୀ ଦେଇଛି ।ଅନ୍ୟ ମାନଙ୍କ ମଧ୍ୟରେ ଉତ୍କଳ ସାମ୍ବାଦିକ ସଙ୍ଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ପୁରୀଜିଲ୍ଲା ପେଷାଦାର ସାମ୍ବାଦିକ ସଙ୍ଘର ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି, ଉପସଭାପତି କମଳ ଲୋଚନ ଦୀକ୍ଷିତ, ସଞ୍ଜୟ ପତି, ସଂଗଠନ ସମ୍ପାଦକ ଆଦିତ୍ୟ କୁମାର ରାଉତ, ବିଜୟ କୁମାର ମହାପାତ୍ର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ତୁଷାର ରଞ୍ଜନ ଦୀକ୍ଷିତ, ପ୍ରଶାନ୍ତ କୁମାର ବାରିକ, ସାଂକୃତିକ ସମ୍ପାଦକ ସମୀର କର, ପ୍ରଦୀପ ପଣ୍ଡା, ପ୍ରଶାନ୍ତ ଜେନା, ଭାଗବତ ସ୍ୱାଇଁ, ନୃସିଂହ ଚରଣ ବେହେରା ପ୍ରମୁଖ ଯୋଗଦେଇ ଘଟଣାର ତୀବ୍ର ନିନ୍ଦା କରିଥିଲେ l

Leave A Reply