କାକଟପୁର ତା ୨୮/୫, କାକଟପୁର ବ୍ଲକ ଅଧିନସ୍ଥ ଟଭାଗୋଲରାଗଡ଼ ଗ୍ରାମ ନିକଟକୁ ଖାତା ନମ୍ବର ୧୬୮୩, ପ୍ଲଟ ନମ୍ବର 4638 ରେ ଏ୬.୨୨ ଡ଼ି.ଜାଗା ଗୋଚର ଜାଗା ରହିଅଛି l ଗ୍ରାମର କେତେଜଣ ମୁଷ୍ଟିମେୟ ଲୋକ ଉକ୍ତ ଗୋଚର ଜମି ଉପରେ ଅଡ୍ଡା ଜମାଇ ଘରଦ୍ୱାର କରି ରହିବାସହିତ ଜନବସତି ବସାଇସାରିଲେଣି l ଏହାଦ୍ୱାରା ଗ୍ରାମରେ ଥିବା ସବୁଜିମା ଭରା ଗୋଚାରଣ ଭୂମି ଏବେ ଜନବସତି ର ଭ୍ରମ ସୃଷ୍ଟି କରୁଛି l ଫଳରେ ଗ୍ରାମବାସୀମାନେ ବିଭିନ୍ନ ଦୁର୍ବିପାକ, ବାତ୍ୟା ଓ ବନ୍ୟା ସମୟରେ ଗ୍ରାମଛାଡି ଉକ୍ତ ଗୋଚାରଣ ଭୂମିରେ ଆଶ୍ରୟ ନେଇଥାନ୍ତି l ଗୋଚାରଣ ଭୂମି ଜବରଦଖଲ ଯୋଗୁଁ ଗ୍ରାମବାସୀ ମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହୋଇ ସ୍ଥାନୀୟ ତହସିଲଦାରଙ୍କୁ ଆବେଦନ କରିବାରୁ ଉକ୍ତ ଜମିକୁ ଅକ୍ତିଆର କରିଥିବା ମୁଷ୍ଟିମେୟ ବ୍ୟକ୍ତି ମାନେ ଗ୍ରାମର ଅଭଦ୍ରୋଚିତ ବ୍ୟବହାର କରୁଥିବା ଜଣାପଡିଛି l ଅପରପକ୍ଷରେ ଗ୍ରାମବାସୀ ମାନେ ଏ ସଂକ୍ରାନ୍ତରେ ଦେଇଥିବା ଅଭିଯୋଗକୁ ତହସିଲଦାର ଶ୍ରୀ ବେହେରା ଅନୁଧ୍ୟାନ କରିଥିଲେ ମଧ୍ୟ ଅଧ୍ୟାବିଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବାରୁ ଗ୍ରାମବାସୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି l ତୁରନ୍ତ ଉକ୍ତ ଗୋଚାରଣ ଭୂମିରୁ ଜବର ଦଖଲ ହଟାଗଲେ ସବୁସମସ୍ୟାର ସମାଧାନ ହୋଇପାରିବ ବୋଲି ଗ୍ରାମବାସୀ ମାନେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l