କାକଟପୁର 2/5 ପୁରୀ ଜିଲ୍ଳାର ଅନ୍ୟତମ ଶୈବପୀଠ ବାବା ପିଙ୍ଗଳେଶ୍ଵର ପୀଠ। କାକଟପୁର ବ୍ଲକ ଅନ୍ତର୍ଗତ ସଡ଼ାଶଂ ଗ୍ରାମ ରେ ରହିଛି ଦେବ ଦେବ ମହାଦେବ ପିଙ୍ଗଳେଶ୍ଵର ଙ୍କ ଭବ୍ୟ ମନ୍ଦିର। ପ୍ରତିବର୍ଷ ବୈଶାଖ ମାସ ମୋହିନୀ ଏକାଦଶୀ ତିଥୀରେ ବାବା ପିଙ୍ଗଳେଶ୍ଵରଙ୍କ ପୀଠରେ ଆୟୋଜିତ ହୁଏ କ୍ଷୀର ସାଗର ମେଳା । ହଜାର ହଜାର ଲିଟର କ୍ଷୀରରେ ସ୍ନାନ କରିଥାନ୍ତି ବାବା ପିଙ୍ଗଳେଶ୍ଵର ମହାଦେବ । ଘଣ୍ଟଘଣ୍ଟା, ହୁଳହୁଳି ଓ ଶଙ୍ଖଧ୍ୱନିରେ କମ୍ପି ଉଠିଥାଏ ମନ୍ଦିର ପରିସର। ଏବର୍ଷ ମଧ୍ୟ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମିଥିଲା l କାକଟପୁର ଅଞ୍ଚଳ ସମେତ ଆଖପାଖ ଅଞ୍ଚଳ ଯଥା ପାଟସୁନ୍ଦରପୁର, ସଡ଼ାଶଂ,କୁଅପଦା, ଶ୍ରୀରାମପୁର,କଟକଣା, ଲତାହରଣ ଅଞ୍ଚଳ ରୁ ବହୁ ସଂଖ୍ୟାରେ ଯାଦବମାନେ ଏଥିରେ ସାମିଲ ହୋଇଥିଲେ । ଦୀର୍ଘ ଆଠ ବର୍ଷ ରୁ ଅଧିକ ବର୍ଷ ଧରି ଆୟୋଜିତ ଏହି କ୍ଷୀର ସାଗର ମେଳାରେ ଆଖପାଖ ଅଚଞ୍ଚଲରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ଥିଲେ ।ସାଧାରଣ ଭକ୍ତଙ୍କ ବିଶ୍ୱାସ ରହିଛି ଯେ, ଏହି ବାବା ପିଙ୍ଗଳେଶ୍ଵର ମହାଦେବ ଙ୍କ ନିକଟରେ ଯିଏ ଯାହା ଭକ୍ତିର ସହ ମାନସୀଥାଏ ତାର ସବୁ ମନସ୍କାମନା ପୁରାଣ ହୋଇଥାଏ। ଯାଦବ ମାନଙ୍କ ଦ୍ଵାରା ଆସିଥିବା ହଜାର ହଜାର ଲିଟର କ୍ଷୀର କୁ ପ୍ରଥମେ ଦେବ ଦେବ ମହାଦେବ ଙ୍କ ମୁଣ୍ଡରେ ଢାଳିବା ପରେ ସେହି କ୍ଷୀରରେ କ୍ଷୀରୀ ପ୍ରସ୍ତୁତ କରାଯାଇ ଥିଲା ଏବୋଂ ପରେପରେ ଏହାକୁ ପ୍ରସାଦ ଭାବେ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟାଯାଇଥିଲା ।