Odisha news

ପାନ ଚାଷୀଙ୍କର ଜୀବିକା ବିପନ୍ନ ସରକାର ତୁରନ୍ତ ହସ୍ତକ୍ଷେପ ପାଇଁ ଦାବି

0
କାକଟପୁର26/4 : କାକଟପୁର,ଅସ୍ତରଙ୍ଗ ନୟାହାଟ ଅଞ୍ଚଳର ମୁଖ୍ୟ ଅର୍ଥକାରୀ ଫସଲ ପାନ ଚାଷ ସରକାରୀ ସହାୟତା ଅଭାବରୁ ପାନ ଚାଷୀମାନେ ଭୟଙ୍କର ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ପାନ ଚାଷ ଉଜୁଡି ଯିବାର ସମ୍ଭାବନା ରହିଛି ବୋଲି  ପାନ ଚାଷୀ ମହାସଂଘର  ଉପଦେଷ୍ଟା ଆଶିଷ କାନୁନଗୋ ଆଜି ଏଠାରେ ଏକ ପ୍ରେସ ବିବୃତିରେ କହିଛନ୍ତି।କରୋନା ମହାମାରୀ ପରଠାରୁ ପାନ ଚାଷ ରେ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି।ଅନେକ ଚାଷୀ ଜୀବିକା ହରାଇଲେଣି। ବଙ୍ଗଳା ଦେଶର   ଢାକାକୁ ଯାଉଥିବା ପାନ ଉପରେ ପଶ୍ଚିମ ବଙ୍ଗର ସରକାର କଟକଣା ଜାରି କରିଥିବା ଫଳରେ ବ୍ୟବସାୟୀ ମାନେ ଚାଷୀ ଠାରୁ ପାନ କିଣୁ ନାହାନ୍ତି। ଚାଷୀ ଅଭାବୀ ବିକ୍ରିର ଶୀକାର ହେଉଥିବାରୁ ଚାଷ ଉପରୁ ମୁହଁ ଫେରାଇ ନେଉଛି। ପ୍ରାକୃତିକ ବିପର୍ଯ୍ୟୟରେ ପାନ ବରଜ ନଷ୍ଟ ହୋଇଗଲେ ମଧ୍ୟ ସରକାରୀ ସହାୟତା ମିଳିପାରିନଥାଏ। ଉପକୂଳ ଓଡିଶାର ହଜାର ହଜାର ଚାଷୀ ପାନ ଚାଷ ଉପରେ ନିର୍ଭର କରିଥାନ୍ତି। ପାନ ର ସର୍ବନିମ୍ନ ଦର ଧାର୍ଯ୍ୟ କରିବା,ପାନ ଚାଷ ରେ ସରକାରୀ ସହାୟତା ଯୋଗାଇ ଦେବା ‌, ପଶ୍ଚିମ ବଙ୍ଗର ସରକାର ଙ୍କ ସହିତ ଆଲୋଚନା କରିବା ପ୍ରଭୁତି ଦାବି କୃଷି ମନ୍ତ୍ରୀ ଙ୍କୁ ପ୍ରଦାନ କରାଯିବ। ଏହି ପ୍ରତିନିଧି ଦଳରେ ସୁରେନ୍ଦ୍ର ପାଣି,ସହଦେବ ପରିଡ଼ା,ବିଜୟ ପଟ୍ଟନାୟକ, ପୀତବାସ ପରିଡ଼ା, ବାବାଜୀ ସ୍ଵାଇଁ,ମାଗା ବିଶ୍ବାଳ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Leave A Reply