Odisha news

ରଜରେ ରୂପେଲି ପରଦାକୁ ଆସିବ “ଆପଣମାନେ ଖୁସି ତ ? ” କାକଟପୁରର ଝିଅ ନାୟିକା ପାଇଁ ମନୋନୀତ

0

କାକଟପୁର 18/4 ,ଡୋଙ୍ଗିଉ ପ୍ରଡକସନ୍ ହାଉସ୍ ତରଫରୁ ଲୋକପ୍ରିୟ ୟୁଟୁବର୍ ମାନଙ୍କୁ ନେଇ  ରମେଶ ରାଉତଙ୍କ ନିର୍ଦ୍ଦେଶିତ ଆସନ୍ତା ରଜରେ ରୂପେଲି ପରଦାରେ ଦର୍ଶକଙ୍କୁ  ମନୋରଞ୍ଜନ କରିବ ନୂଆ ଓଡିଆ ସିନେମା ଆପଣମାନେ ଖୁସିତ ? I  ଏ ନେଇ ସୋମବାର ଦିନ ଭୁବନେଶ୍ୱର ୟୁନିଟ୍ ୯ ସ୍ଥିତ ରୋଟାରି ଭବନ ଠାରେ ଚଳଚ୍ଚିତ୍ର ପ୍ରଯୋଜକ  ନନ୍ଦିକି ଗଙ୍ଗାଧର ରେଡ୍ଡି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ା ସବୁଠାରୁ ରଚକ ଘଟଣା ଆଜି ଘଟିଥିଲା ସିନେମା ପାଇଁ ସମସ୍ତ କଳାକାର ଚୟନ ହୋଇ ସାରିଥିଲେ ସୁଦ୍ଧା ମୁଖ୍ୟ ନାୟିକା ବା ହିରୋଇନ୍ ଅନୁସନ୍ଧାନରେ ଥିଲା ପ୍ରଯୋଜନା ସଂସ୍ଥା l ସାମ୍ବାଦିକ ସମ୍ମିଳନୀରେ କଥାଛଳରେ କାର୍ଯ୍ୟକ୍ରମରେ ଉପସ୍ଥାପିକା ଥିବା ପୁରୀଜିଲ୍ଲା କାକଟପୁର ବ୍ଲକ କାହାଳ ଗ୍ରାମର ରମେଶ ମିଶ୍ରଙ୍କ ଝିଅ ଦୀପା ମିଶ୍ରଙ୍କୁ ସୁଯୋଗ ଦେବାକୁ କହିଥିଲେ l କିନ୍ତୁ ନିର୍ଦ୍ଦେଶକ ଶ୍ରୀ ରାଉତ ଓ ପ୍ରଯୋଜକ ଶ୍ରୀ ରେଡ୍ଡି କଥାଟିକୁ ଗୁରୁତର ସହ ନେବା ସହ ସଙ୍ଗେସଙ୍ଗେ ଉପସ୍ଥାପିକା ଦୀପାଙ୍କର  ଅନ ସ୍ପଟ୍ ଅଡିସନ ନେଇଥିଲେ ଏବଂ ସେହିଠାରେ ହିଁ ତାଙ୍କୁ ସିନେମାର ହିରୋଇନ ଭାବେ ଚୟନ କରି ସମସ୍ତଙ୍କୁ ହତବାକ୍ କରି ଦେଇଥିଲେ l ଦୀପା ବର୍ତ୍ତମାନ କାକଟପୁର ମା ମଙ୍ଗଳା ମହାବିଦ୍ୟାଳୟର  ଯୁକ୍ତ ୨ ଛାତ୍ରୀ l ଏହି ଘଟଣା ଏବେ ପୁରା ଓଲିଉଡରେ ଚର୍ଚ୍ଚାର ବିଷୟ ପାଲଟିଚି l ତେବେ ଏହି ସିନେମାରେ ଦୀପାଙ୍କ ସହ ମୁଖ୍ୟ ଭୂମିକାରେ ମହାପ୍ରସାଦ କର  ଅଭିନୟ କରୁଥିବା ବେଳେ ବର୍ଷିଆନ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା,  ଜୀବନ ପଣ୍ଡା, ଚୌଧୁରୀ ବିକାଶ ଦାସ, ଅଭିନେତ୍ରୀ ଐଶ୍ୱର୍ଯ୍ୟା ବେହେରା , ଲୋକପ୍ରିୟ ୟ୍ୟୁଟୁବର ନଟିଆ ଓରଫ ସ୍ମୃତି,ସନିଲ୍ ପାଶା ଓ ସନ୍ତୁ ପ୍ରମୁଖ ଏହି ସିନେମାରେ ଅଭିନୟ କରୁଛନ୍ତି ା ଅଭିଜିତ ତ୍ମଜୁମଦାରଙ୍କ ସଙ୍ଗୀତ ନିର୍ଦେଶନାରେ  ସିନେମାରେ ମୋଟ ୪ଟି ସଙ୍ଗୀତ ରହିଚି ବୋଲି କାର୍ଯ୍ୟକାରୀ ପ୍ରଯୋଜକ ଧୃତିସୁନ୍ଦର ପାଢି କହିଛନ୍ତି ାସେହିପରି  ମାନସ ମଲ୍ଲିକଙ୍କ ରଚିତ ଏହି ସିନେମାଟିସମ୍ପୂର୍ଣ୍ଣ ମୌଳିକ କାହାଣୀ ଉପରେ ଆଧାରିତ ବୋଲି ସିନେମାର ପ୍ରଚାର ପ୍ରସାର ମୁଖ୍ୟ ଜୟ ସାମନ୍ତ ସୂଚନା ଦେଇଛନ୍ତି

Leave A Reply