କାକଟପୁର,୩୧/୦୩ କାକଟପୁର ବିଧାୟକ ତଥା ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା କ୍ରୀଡା ଯୁବ ବ୍ୟାପାର ଗୃହରାଷ୍ଟ ମନ୍ତ୍ରୀ ତୁଷାରକାନ୍ତି ବେହେରା ଓକେସିଏଲ୍ ଜ୍ଞାନରଥକୁ ମଙ୍ଗଳା ମନ୍ଦିର ଠାରେ ଦୀପ ପ୍ରଜ୍ବଳନ କରି ନଡ଼ିଆ ବାଡ଼େଇ ଉଦଘାଟିତ କରିଥିଲେ।ମା ମଙ୍ଗଳା ମା ମଙ୍ଗଳା ଆଇ.ଟି.ସି (ଆଇ.ଟି.ଆଇ)ର ଅଧ୍ୟକ୍ଷ ଅଶୋକ ବରାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜ୍ଞାନରଥ ଉଦଘାଟିତ ଉତ୍ସବରେ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ବାଧୀନ ନାୟକ, ପୁରୀ ଜିଲ୍ଲା ସଂଯୋଜକ ନିରଞ୍ଜନ ମହାପାତ୍ରଙ୍କ ସହ ଅଭିଭାବକ, ଛାତ୍ରଛାତ୍ରୀ, ବରିଷ୍ଠ ନେତୃବୃନ୍ଦ ସାମିଲ ହୋଇଥିଲେ।ଡିଜିଟାଲ ସ୍ବାକ୍ଷରତା ପାଇଁ ରାଜ୍ୟ ସରକାର ମ୍ୟାନବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓକେସିଏଲ୍ ମାଧ୍ୟମରେ ବିଭିନ୍ନ ପ୍ରକାର ସଚେତନତା ହାତକୁ ନେଇଥିବା ବେଳେ ଆଗାମୀ ଦିନରେ ମିଶନ ଶକ୍ତି ମାଧ୍ୟମରେ ଏସ୍ଏସଜି ରୁ ଏସ୍ଏମଇ ହେବାରେ ସମ୍ପର୍ଣ୍ଣ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଦୃଢେ଼ାକ୍ତି ପ୍ରକାଶ କରିବା ସହ ନିଜ ନିର୍ବାଚନମଣ୍ଡଳୀ ତଥା କାକଟପୁର ରେ ମା ମଙ୍ଗଳା ଆଇ.ଟି.ସି (ଆଇ.ଟି.ଆଇ)ର ଏଭଳି ଅଭିନବ ପ୍ରୟାସ କୁ ସ୍ଵାଗତ କରିଥିଲେ। ଏହି ଜ୍ଞାନରଥ ବାଜପୁର, କୁଣ୍ଢେଇ, ଆନନ୍ଦ ବଜାର,ନାଶିକେଶର, ପାଟପୁର,ଓଥକା ପ୍ରମୁଖ ଅଞ୍ଚଳ ବୁଲି ଡିଜିଟାଲ ସ୍ୱାକ୍ଷର ସଚେତନତା କରିବ ବୋଲି ସୂଚନା ଦେଇଥିଲେ।
