କାକଟପୁର ତା ୩୦/୩ ପବିତ୍ର ଶ୍ରୀ ରାମ ନବମୀ ଅବସରରେ କାକଟପୁର ମନ୍ଦିର ପ୍ରାଙ୍ଗଣରେ ଥିବା ଶ୍ରୀ ରାମ ମନ୍ଦିର ଓ କୁଣ୍ଢେଇ ସ୍ତିତ ରାମ ମନ୍ଦିର ରେ ଶ୍ରୀ ରାମ ନବମୀ ଉତ୍ସବ ମହl ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଇତି ଅବସରରେ ପର୍ଭୁ ଶ୍ରୀ ରାମ, ଲକ୍ଷ୍ମଣ, ମାତା ସୀତା ଓ ହନୁମାନଙ୍କୁ ନୂତନ ବସ୍ତ୍ର ରେ ଅଭୂଷଣ କରାଯାଇ ପାରମ୍ପରିକ ରୀତିନୀତି ସରିବା ପରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ପହୁଡ଼ ଖୋଲାଯାଇଥିଲା । କାକଟପୁର ଆଖପାଖ ଅଂଚଳର ଶହ ଶହ ଓ ବ୍ରତଧରି ମହିଳାମାନେ ପ୍ରଭୁ ଶ୍ରୀ ରାମଙ୍କ ଦର୍ଶନ ଓ ପୂଜାଚର୍ନା କରିଥଲେ। ପରେ ପରେ ମନ୍ଦିରରେ ହନୁମାନ ଚାଳିଶା ହୋମଯ୍ଞ ଆଦି ନୀତି ସମାପନ କରାଯାଇଥିଲା। ସତ୍ୟ ସନାତନ ସଂଗଠନ ଓ ବାଜରଙ୍ଗୀ ଦଳ ଆନୁକୁଲ୍ୟରେ ଏକ ସୁସଜ୍ଜିତ ରଥରେ ପ୍ରଭୁଙ୍କ ଫଟୋ ରଖି ବିରାଟ ପଟୁଆରରେ ଶ୍ରୀ ରାମ ଧ୍ୟୋନି ନାରା ଦେଈ ଶତାଧିକ ରାମ ପ୍ରେମୀ ବଜାର ପରିକ୍ରମା କରିଥଲେ। ମିହିର ଦୀକ୍ଷିତ (ମଣ୍ଟୁ ଭାଇନା ), କାବୁଲା ବିଶ୍ଵାଳ ସୁଦର୍ଶନ ସ୍ବାଇଁ କୈଳାଶ ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ।
