Odisha news

ମା ବୁଢୀ ଛୋଟରାଣୀଙ୍କ ଶୁଭ ଆବିର୍ଭାବ ଦିବସ ପାଳିତ

0

କାକଟପୁର-୩/୨  କାକଟପୁର ବ୍ଳକ କୁଣ୍ଢେଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପିତାମ୍ବରପୁର-ବାଲିସାହିର ଗ୍ରାମଦେବତୀ ମା ବୁଢୀ ଛୋଟରାଣୀଙ୍କ ଶୁଭ ଆବିର୍ଭାବ ଦିବସ ମହୋତ୍ସବ ମହାଆଡ଼ମ୍ବର ସହକାରେ ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ପାଳିତ ହୋଇଯାଇଛି। ସୂର୍ଯ୍ୟୋଦୟ ପୂର୍ବରୁ ମାଙ୍କୁ ମାଘ ସ୍ନାନ କରାଇ ସିନ୍ଦୂର ଚନ୍ଦନରେ ମାର୍ଜନା କରାଯାଇ ପୁଷ୍ପମାଲ୍ୟରେ ସଜ୍ଜିତ କରାଯାଇଥିଲା। ତତ୍ ପରେ ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା ଓ ବାଳଭୋଗ ଲାଗି କରାଯାଇଥିଲା।ପରେ ପୂଜକ ହୋମଯଜ୍ଞ ସହ ସପ୍ତ ଚଣ୍ଡୀ ପାଠକରି ମଧ୍ୟାହ୍ନ ପ୍ରସାଦ ଲାଗି କରିଥିଲେ। ସନ୍ଧ୍ୟା ସମୟରେ ଶଂକିର୍ତ୍ତନ ମଣ୍ଡଳୀଙ୍କ ଶଂକିର୍ତ୍ତନରେ ଗ୍ରାମରେ ଭଗବତ୍ ପରିବେଶ ସୃଷ୍ଟି ହୋଇଥିଲା। ସ୍ବର୍ଗତ କୃତିବାସ ସୃତି କମିଟି ପକ୍ଷରୁ ରାତ୍ରରେ ଦରିଦ୍ର ନାରାୟଣଙ୍କୁ ଅନ୍ନପ୍ରସାଦରେ ଆପ୍ୟାୟିତ କରାଯାଇଥିଲା। ପ୍ରତାପ କୁମାର ପଟ୍ଟନାୟକ, ନାରାୟଣ ପଟ୍ଟନାୟକ ଓ  ଗ୍ରାମବାସୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ମାଙ୍କ ଆବିର୍ଭାବ ଦିବସ ମହୋତ୍ସବ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଥିଲା l

Nalco
Leave A Reply