Odisha news

ଯୁବ କଂଗ୍ରେସର ସାଂଗଠନିକ ବୈଠକ।

0

କାକଟପୁର-2/2 କାକଟପୁର ନିର୍ବାଚନ ମଣ୍ଡଳୀର ଯୁବକଂଗ୍ରେସ ପକ୍ଷରୁ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଥକା ପଞ୍ଚାୟତ ଅନ୍ତର୍ଗତ ମା କୁତାମ ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେେ ଆହୁତ ବୈଠକରେ କୋଣାର୍କ ନଗର ଯୁବ କଂଗ୍ରେସ କମିଟିର ସଭାପତି ସ୍ବାଧିନ ନାୟକ ସଭାପତିତ୍ବ କରିଥିଲେ। ମୁଖ୍ୟ  ଅତିଥି ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ବଭୂଷଣ ଦାସ, କାକଟପୁର ବ୍ଲକ କଂଗ୍ରେସ କମିଟି ସଭାପତି ଅବଧୁତ ସ୍ୱାଇଁ,ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ତପନ କୁମାର କାଣ୍ଡି  ପ୍ରମୁଖ ଯୋଗଦେଇ କଂଗ୍ରେସ ଦଳକୁ ସାଧାରଣ ଜନତାଙ୍କ ନିକଟତର କରିବାରେ ଯୁବକ ମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।ରାଜ୍ୟ ସରକାରଙ୍କ ଗରିବ ମାରଣ ନୀତି ଓ ସମସ୍ତ ଲୋକାଭିମୁଖୀ ଯୋଜନା ପ୍ରଣୟନରେ ଅଯୋଗ୍ୟ ହିତାଧୀକାରୀ ଏବଂ ଦଳୀୟ ଭିର୍ତିରେ ହିତାଧିକାରୀ ଚୟନ କାର୍ଯ୍ୟକୁ ପ୍ରତିହତ କରିବା ପାଇଁ ଯୁବ କଂଗ୍ରେସ କର୍ମୀମାନେ ଘରଘର ବୁଲି ଜନସଚେତନତା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଗୋପ ବ୍ଳକ ଯୁବନେତା ବିରଞ୍ଚିନାରାୟଣ ପତି,ଯୁବ କାଉନସିଲର ନିହାର ବେହେରା,ଇରାନ ପାତ୍ର,ସୁଜିତ ନାୟକ,ନଳୀନି ନାୟକ ଓ ହରେକୃଷ୍ଣ ମହାନ୍ତିଙ୍କ ସମେତ ଶତାଧିକ ଯୁବ କର୍ମୀମାନେ ଯୋଗଦେଇଥିଲେ।

Nalco
Leave A Reply