କାକଟପୁର : ଶୁକ୍ରବାର ଦିନ ପୁରୀଜିଲ୍ଲା କାକଟପୁର ର ଚନ୍ଦନ ବଜାର ଠାରେ ଏକ ଅତ୍ୟାଧୁନିକ ବିବାହ ମଣ୍ଡପ ଖୁଣ୍ଟିଆ କନଭେନ୍ସନ ଆଣ୍ଡ ଲଜ ଉଦଘାଟିତ ହୋଇଯାଇଛି l ଖୁଣ୍ଟିଆ କନଭେନ୍ସନକୁ ରାଜ୍ୟ କ୍ରୀଡା, ଯୁବାବ୍ୟାପାର ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଲଜର ପ୍ରତିଷ୍ଠାତା ଲକ୍ଷ୍ମୀଧର ଖୁଣ୍ଟିଆ, ସୌମ୍ୟକାନ୍ତ ଖୁଣ୍ଟିଆ ଓ ଶୁଭ୍ରକାନ୍ତ ଖୁଣ୍ଟିଆ ଅତିଥି ମାନଙ୍କୁ ସମ୍ଭର୍ଦ୍ଧିତ କରିଥିଲେ l କାକଟପୁର, ଅସ୍ତରଙ୍ଗ ଅଞ୍ଚଳରେ ବିବାହ, ବ୍ରତ, ବିଭିନ୍ନ ମାଙ୍ଗଳିକ କାର୍ଯ୍ୟକ୍ରମ, ରାଜନୈତିକ ସଭା ସମିତିକୁ ଖୁଣ୍ଟିଆ କନଭେନ୍ସନ ପୂରଣ କରିପାରିବ ବୋଲି ଅତିଥି ମାନେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବ୍ୟକ୍ତି ବିଶେଷ, ସ୍ଥାନୀୟ ବ୍ୟବସାୟୀ ମାନେ ଯୋଗ ଦେଇଥିଲେ l ଏପରି ଅତ୍ୟାନୁଧିକ ମଣ୍ଡପ ଦେଖିବା ପାଇଁ ବହୁ ଜନ ସମାଗମ ହୋଇଥିଲା l
