କାକଟପୁର 20/11,ପ୍ରତିବର୍ଷ ଭଳି ଚଳିତ ବର୍ଷ ପୁରୀଜିଲ୍ଲା କାକଟପୁରର ମା ମଙ୍ଗଳା ମିନି ଷ୍ଟାଡିୟମ ଠାରେ ମଙ୍ଗଳା କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଯାଉଛି ୩୩ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ l ଏଥିପାଇଁ ରବିବାର ଦିନ ଆୟୋଜକ କ୍ଲବ ପକ୍ଷରୁ ଏକ ପ୍ରେସମିଟ ସ୍ଥାନୀୟ ଖୁଣ୍ଟିଆ କନଭେନ୍ସନ ଠାରେ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ଡିସେମ୍ବର ୨୫ ତାରିଖରେ ଉଦଘାଟିତ ହୋଇ ଜାନୁଆରୀ ୮ ତାରିଖରେ ଉଦଯାପନ ହେବବୋଲି କ୍ଲବର ସଭାପତି ପ୍ରଦୀପ୍ତ କୁମାର ଦୀକ୍ଷିତ ପ୍ରକାଶ କରିଛନ୍ତି l ଉକ୍ତ ଟୁର୍ଣ୍ଣାମେଣ୍ଟ ରେ ମୋଟ ୮ଟି ଦଳ ଭାଗ ନେବାକୁ ଥିବାବେଳେ ଚମ୍ପିୟାନ ଦଳକୁ 30000 ହଜାର ଟଙ୍କା ଏବଂ ରନର୍ସ ଦଳକୁ 20000ହଜାର ଟଙ୍କା ପୁରସ୍କାର ରାଶି ଦିଆଯିବା ସହିତ ସମସ୍ତ ଖେଳାଳି ଧଳା ଡ୍ରେସ ପରିଧାନ କରି ଏସଜି ଡ଼ିଉଜ ବଳରେ ଖେଳିବେ ବୋଲି ଆୟୋଜକ କ୍ଲବର ସମ୍ପାଦକ ଶୁଭ୍ରାଂଶୁ ଭୂଷଣ ଦୀକ୍ଷିତ ସୂଚନା ଦେଇଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ କ୍ଲବର ଉପସଭାପତି ପ୍ରଦୀପ କୁମାର ପଣ୍ଡା, ମ୍ୟାନେଜର ଭାଗବତ ସ୍ୱାଇଁ, ସୂର୍ଯ୍ୟକାନ୍ତ ଦୀକ୍ଷିତଙ୍କ ସମେତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ l କ୍ଲବର ଉପଦେଷ୍ଟା ତଥା ଭାରତୀୟ ବନ୍ଦର ମଜଦୁର ସଂଘର ସଭାପତି ରାକେଶ କୁମାର ପଟ୍ଟନାୟକ ଟୁର୍ଣ୍ଣାମେଣ୍ଟକୁ ଚଳିତ ବର୍ଷ ଉଚ୍ଚକୋଟୀର କରାଯିବ ବୋଲି ସୂଚନା ଦେଇଛନ୍ତି l
