କାକଟପୁର,୮.୧୧- କାକଟପୁର ବ୍ଲକ ଅନ୍ତର୍ଗତ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ଧନୀତ୍ରି ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସମ୍ମେଳନ କକ୍ଷରେ ଶ୍ରୀଶ୍ରୀ ଜଗନ୍ନାଥ ଫାଉଣ୍ଡେସନ, କୋଲକାତା ସହଯୋଗରେ ଉଚ୍ଚ ବିଦ୍ୟାଳୟ ମୋ ସ୍କୁଲ କମିଟି ପକ୍ଷରୁ ଭିନ୍ନକ୍ଷମ ମାନଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଛି । ଖବରରୁ ପ୍ରକାଶ ଯେ ମୋ ସ୍କୁଲ କମିଟି ଉପଦେଷ୍ଟା ଜ୍ଞାନ ରଞ୍ଜନ ବେହୁରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମା ଶଙ୍କର ଶତପଥୀ, ଧନିତ୍ରୀ ସେବା ସମବାୟ ସମିତି ସଭାପତି ଅକ୍ଷୟ କୁମାର ମଲ୍ଲ, କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ସରପଞ୍ଚ କୃଷ୍ଣ ଚନ୍ଦ୍ର ଜେନା, ସାମ୍ବାଦିକ ଭାଗୀରଥୀ ସ୍ଵାଇଁ, ମୋ ସ୍କୁଲ କମିଟି ସଭାପତି ଘନଶ୍ୟାମ ଜେନା ଓ ସମାଜସେବୀ ପ୍ରଭାକର ବାରିକ ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମ ମାନଙ୍କୁ ଟ୍ରାଇ ସାଇକେଲ ଯୋଗାଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ଫାଉଣ୍ଡେସନର ଏଭଳି ଜନକଲ୍ୟାଣକାରୀ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୧ଜଣ ଭିନ୍ନକ୍ଷମ, ଶ୍ରବଣ ଶକ୍ତି ଥିବା ଭିନ୍ନକ୍ଷମ ଓ ଅସହାୟ ବୃଦ୍ଧ ମାନଙ୍କୁ ଟ୍ରାଇ ସାଇକେଲ, ଶ୍ରବଣ ଶକ୍ତି ଯନ୍ତ୍ର, ଆଶାବାଡ଼ି ବଣ୍ଟନ କରାଯାଇଥିଲା ବେଳେ ମୋ ସ୍ଲଲ କମିଟି ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଭଗବତ ଚେତନା ଜାଗ୍ରତ କରିବା ପାଇଁ ଭଗବତ ଗୀତା ପୁସ୍ତକ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଧନିତ୍ରୀ ଗ୍ରାମର ମନୋରଂଜନ ଜେନା, କାଳନ୍ଦୀ ମିର୍କାପ, ରଶ୍ମିରଞ୍ଜନ ବେହୁରା, ଆଶିଷ କୁମାର ମଲ୍ଲ ପ୍ରମୁଖ ପରିଚାଳନା କରିଥିଲେ।
