କାକଟପୁର ତା 4/11 କାକଟପୁର ବ୍ଲକ ଶିକ୍ଷାବିଭାଗ ଅଧିନସ୍ଥ ଓଥକା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୁରୁବାର ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ ମନ୍ଦରଧର ମହାନ୍ତି , ସହକାରୀ ଶିକ୍ଷାଧିକାରୀ ପ୍ରସନ୍ନ କୁମାର ମଲ୍ଲିକ,ସଂସ୍କୃତ ଶିକ୍ଷକ ପଣ୍ଡିତ ବନବିହାରୀ ଗ୍ରହାଚାର୍ଯ୍ୟ, ପ୍ରବୀଣ କୁମାର ସୁବୁଦ୍ଧି ଓ ଦେବରାଜ ଦାସ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରୋହିତ କୁମାର ବାରିକ l କାର୍ଯ୍ୟକ୍ରମରେ 15 ଟି କ୍ଲଷ୍ଟରରୁ 450 ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ l ପ୍ରତିଯୋଗିତାରେ ବକ୍ତୃତା , ସୃଜନଶୀଳ , ଲିଖନ , ଚିତ୍ରାଙ୍କନ , ସାଧରଣଜ୍ଞାନ , ପ୍ରବନ୍ଧ , ସାଂସ୍କୃତିକ କାର୍ଯ୍ୟକ୍ରମ , ଦେଶାତ୍ମକବୋଧ ସଙ୍ଗୀତ ଆଦି 17 ଗୋଟି ବିଭାଗରେ ପ୍ରତିଯୋଗିତାକରି 450 ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ 17 ଜଣ ଛାତ୍ର ଛାତ୍ରୀ ଉନ୍ନୀତ ହୋଇ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି l ଏହି କାର୍ଯ୍ୟକ୍ରମରେ 15 ଗୋଟି କ୍ଲଷ୍ଟରର ସମସ୍ତ ସିଆରସିସି , ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ , ସହକାରୀ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଵା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସିଆରସିସି ସନ୍ତୋଷ କୁମାର ସାହୁ l
