Odisha news

ସୂର୍ଯ୍ୟ ପରାଗ ଉପଲକ୍ଷେ ମା ମଙ୍ଗଳା ଙ୍କ ନିତି ନିର୍ଘଟ : ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ

0

କାକଟପୁର 21/10 ଆସନ୍ତା 25/10 ମଙ୍ଗଳ ବାର ଦିନ ସୂର୍ଯ୍ୟ ପରାଗ ପଡୁଥିବାରୁ ମା ମଙ୍ଗଳା ମନ୍ଦିରରେ ସୋତନ୍ତ୍ର ନୀତି ପାଇଁ ପ୍ରଶାସନ ପକ୍ଷରୁ ସର୍ବସାଧାରଣ ଦର୍ଶନ ଓ ନୀତିକାନ୍ତି ପାଇଁ ଏକ ନୋଟିସ ଜାରିକରାଯାଇଛି,24/10  ସୋମବାର ମାଙ୍କ ସମସ୍ତ ନୀତିକାନ୍ତି ପ୍ରାତଃ କାଳରୁ ଆରମ୍ଭ ହୋଇ ରାତ୍ର 8 ଘଟିକା ପୂର୍ବରୁ ସାରିବା ପାଇଁ ଉଲେଖ ଥିବା ବେଳେ  25 /10 ମଙ୍ଗଳ ବାର ପାଳିଆ ସେବକ ଓ ପୂଜା ପଣ୍ଡା ଙ୍କ ଦ୍ୱାରା ନୀତିକାନ୍ତି ଆରମ୍ଭ ହୋଇ ଉକ୍ତ ଦିନ ରାତ୍ର 4.54 ମିନିଟ,55 ସେକେଣ୍ଡ ମଧ୍ୟରେ ସମସ୍ତ ନୀତି ଶେଷ କରି ମନ୍ଦିର 4 ଦ୍ୱାର ବନ୍ଦ ରଖିବାକୁ ନୋଟିସ ଜାରି ହୋଇଛି,25 ତାରିଖରେ ମାଙ୍କୁ ସର୍ବ ସାଧlରଣ ଙ୍କ ଦର୍ଶନ ବନ୍ଦ ଏବଂ 26 ତାରିଖରେ ସର୍ବମୋକ୍ଷ ହେବା ପରେ ସକାଳ 6 ଘଟିକାରେ ମାଙ୍କୁ ମହାସ୍ନlହ କରାଯାଇ ପୂର୍ବ ନୀତିକାନ୍ତି ଅନୁସାରେ ନୀତି କରାଯିବା ସହିତ ସର୍ବ ସାଧାରଣ ଦର୍ଶନ, ପ୍ରସାଦ, ଭୋଗ କରି ପାରିବେ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ଼ ତରଫରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି l

IEC 2 years
Leave A Reply