Odisha news

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର

0
କାକଟପୁର ତା 14/10  ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାର ଭୁବନେଶ୍ୱରଙ୍କ ସୌଜନ୍ୟରୁ ଏବଂ କାକଟପୁର ପଞ୍ଚାୟତ ସମିତିର  ଆୟୋଜକରେ କାକଟପୁର ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ , ବିଡ଼ିଓ ତୁଷାରଜ୍ୟୋତି ରଞ୍ଜନ, କାକଟପୁର ପଞ୍ଚାୟତ ସରପଞ୍ଚ ଅଭୟ କୁମାର ସେଠୀ ପ୍ରମୁଖ  ଅନୁଷ୍ଠାନିକ ଭାବେ ଉକ୍ତ ଶିବିରକୁ ଉଦଘାଟନ କରିଥିବା ବେଳେ  ବିଏସଏସଓ ରୋଜାଲିନି ବେହେରା , ଜୁନିଅର ଆସିଷ୍ଟାଣ୍ଟ ସୌଭାଗ୍ୟ ରଞ୍ଜନ ସ୍ୱାଇଁ , ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଲଳିତ କୁମାର ପ୍ରଧାନ ,  ପ୍ରମୁଖ ଯୋଗ ଦେଇ ଶିବିର କୁ ପରିଚାଳନା କରି ଥିଲେ  l ଏହି ଶିବିରରେ ଶାରୀରିକ ବିକଳାଙ୍ଗ (102) ଜଣ , ମାନସିକ ବିକଳାଙ୍ଗ (28) ଜଣ , ଗଳା ନାଶା କର୍ଣ୍ଣ ବିଭାଗରେ (22)ଜଣ , ଚକ୍ଷୁ ବିଭାଗ ରେ(23) ଜଣ ମୋଟ (175) ଜଣ ଭିନ୍ନକ୍ଷମଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ପ୍ରମାଣ ପତ୍ର ଦିଆଯାଇଥିଲା  l ଭିର୍ନକ୍ଷମ ଙ୍କ ନିମନ୍ତେ ହୋଇଥିବା ଖାଦ୍ୟ ଅତି ନିମ୍ମ ମାନର ହୋଇଥିବା ବେଳେ କେତେକ ନଖାଇ ଫେରିଯାଇଥିବା ଦେଖିବାକୁ ମିଳିଥିଲା l
Nalco
Leave A Reply