କାକଟପୁର : ପୁଣ୍ୟ ତୋୟା ପ୍ରାଚୀ ନଦୀ ଏବେ ଅବହେଳିତ ଅବସ୍ଥାରେ ପଡି ରହିଥିବା ବେଳେ ଏହାର ପୁନରୁଦ୍ଧାର ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ପୁଣ୍ୟତୋୟା ପ୍ରାଚୀନଦୀ ଏହା ସଂକୁଚିତ ହୋଇ ପଡିଥିବା ବେଳେ ବିଭିନ୍ନ ସ୍ଥାନରେ ଜବର ଦଖଲ ଯୋଗୁଁ ନଦୀ ଏବେ ଅବହେଳିତ ଅବସ୍ଥାରେ ରହିଥିବା ବେଳେ ବିଭିନ୍ନ ସ୍ଥାନରେ କଟକୀ ଦଳରେ ଭର୍ତି ହୋଇ ରହିଛି ।
ଫଳରେ ଏହି ନଦୀ ପାଶ୍ୱର୍ରେ ଥିବା ଗ୍ରାମ ଗୁଡିକରେ ମଶାଙ୍କ ଉପଦ୍ରବ ବୃଦ୍ଧି ପାଇଛି । ସେହିପରି କାକଟପୁର ବଜାରର ହୋଟେଲ ଏବଂ ଘରୋଇ ନର୍ଦ୍ଧମା ପାଣି ପ୍ରାଚୀ ନଦୀରେ ମିଶୁଥିବାରୁ ଏହି ପାଣି ବିଶାକ୍ତ ହେବାରେ ଲାଗିଛି । ଏନେଇ ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ ।
ଦୁଇବର୍ଷ ପୂର୍ବେ ପ୍ରାଚୀ ନଦୀର ପୁନରୁଦ୍ଧାର ପାଇଁ ଏକ କୋଟି ୬୦ଲକ୍ଷ ଟଙ୍କା ମଂଜୁର କରାଯାଇ ଥିବା ବେଳେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାରେ କାର୍ଯ୍ୟ ହେଉଥିବା ଯୋଗୁଁ କେବଳ ଦଳ କଢା ଯାଇ ଓ ସ୍ଥାନରେ ମାଟିକୁ ସମତୁଲ କରାଯାଇ ଅର୍ଥ ହଡପ କରାଯାଉଥିବା ନେଇ ଅଭିଯୋଗ ହେଉଥିବା ବେଳେ ଏହା ଉପରେ ଭିଜିଲାନ୍ସ ତଦନ୍ତ ଦାବି ହେଉଛି । ଅପର ପକ୍ଷରେ ପ୍ରାଚୀ ନଦୀର ଜବରଦଖଲରୁ ପୁନରୁଦ୍ଧାର ଲାଗି ସରକାରୀ ସ୍ତରରେ ସ୍ୱତନ୍ତ୍ର ଯୋଜନା ମୁକ୍ତ କରିବାକୁ ଦାବି ହୋଇଛି ।
